ଶ୍ରୀଜିଉଙ୍କ ଆଶୀଷ ନେଲେ ଅନନ୍ତ ଅମ୍ବାନୀ

ଭୁବନେଶ୍ବର : ବୈବାହିକ ଜୀବନ ଆରମ୍ଭ ପୂର୍ବରୁ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଜିଉଙ୍କ ଆଶୀଷ ନେଇଛନ୍ତି ଭାରତବର୍ଷର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଅମ୍ବାନୀ । ଶ୍ରୀ ଅମ୍ବାନୀ ମଙ୍ଗଳବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇରୁ ଭୁବନେଶ୍ୱରରେ ପହଞ୍ôଚଥିଲେ । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀକ୍ଷେତ୍ରକୁ ଆସିଥିଲେ । ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ପହଞ୍ଚିଲା ପରେ କୌଳିକ ପଣ୍ଡା ତାଙ୍କୁ ସ୍ୱାଗତ କରି ଶ୍ରୀମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ଶ୍ରୀମନ୍ଦିରର ଗର୍ଭଗୃହ ପରିସରରେ ରତ୍ନସିଂହାସନରେ ବିରାଜମାନ ବିଶ୍ୱନିୟନ୍ତା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ଆଶୀଷ ଭିକ୍ଷା କରିଥିଲେ । ତତ୍ ସହିତ ଶ୍ରୀମନ୍ଦିର ବେଢ଼ା ଚତୁଃପାଶ୍ୱର୍ରେ ରହିଥିବା ଦେବଦେବୀଙ୍କୁ ଦର୍ଶନ କରିଥିଲେ । ପରେ ଦର୍ଶନ ସାରି ସିଧାସଳଖ ଭୁବନେଶ୍ୱର ଏୟାରପୋର୍ଟ ଅଭିମୁଖେ ଯାଇଥିଲେ । ସେଠାରୁ ସେ ମୁମ୍ବାଇ ଚାଲିଯାଇଥିଲେ । ଅନନ୍ତଙ୍କ ଦର୍ଶନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୂଚନାଥାଉକି, ଦୁଇ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମର୍ଚାଣ୍ଟଙ୍କର ନିର୍ବନ୍ଧ ଶେଷ ହୋଇଛି । ଆଗକୁ ବିବାହ କାର୍ଯ୍ୟକ୍ରମ ରହିଛି । ବିବାହ ପୂର୍ବରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀଷ ନେବା ପରେ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଆଶା ପ୍ରକଟ କରିଥିଲେ । ଶିଳ୍ପପତି ଅନନ୍ତ ଅମ୍ବାନୀଙ୍କୁ ଦେଖିବା ଲାଗି ବଡ଼ଦାଣ୍ଡରେ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button