ଶ୍ୱଶୁରକୁ ଘରେ ତାଲା ପକାଇ ପ୍ରେମିକ ସହ ଫେରାର ହେଲା ବୋହୂ

ଭୁବନେଶ୍ୱର: ପ୍ରେମ ବ୍ୟାପାରକୁ ଅନେକ ରୋଚକ ଘଟଣା ସାମନା ଆସୁଥିବାବେଳେ ରାଜଧାନୀ ଭୁବନେଶ୍ବର ଏକ ଭିନ୍ନ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଘରେ ନିଜ ଶ୍ୱଶୁରକୁ ତାଲା ପକାଇ ପ୍ରେମିକା ସହ ବୋହୂ ଫେରାର । ଏହାସହ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଦେଢ଼ ଲକ୍ଷ ନଗଦ ଟଙ୍କା ନେଇ ପଳାଇଛନ୍ତି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସ୍ୱାମୀ ଓ ଶ୍ୱଶୁର । ଘଟଣା ଘଟିଛି ଗଙ୍ଗନଗର ଅଞ୍ଚଳରେ । ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା । ଗତ ଫେବୃୟାରୀ ମାସରେ ଗଙ୍ଗନଗରର ସନ୍ଦୀପ ନାୟକ ଦଶପଲ୍ଲାର ନମିତା ନାୟକଙ୍କୁ ବିବାହ କରିଥିଲେ । ସ୍ୱାମୀ ଅଫିସ ଯାଇଥିବା ସମୟରେ ବୟ ଫ୍ରେଣ୍ଡ ସହ ଫେରାର ହେଇଯାଇଛନ୍ତି ନମିତା। ଶ୍ବଶୁର ଘରେ ଏକ ରୁମରେ ଶୋଇଥିବାବେଳେ ବାହାର ପଟୁ କବାଟ ଦେଇ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ସ୍ୱାମୀ ସନ୍ଦୀପ ଅଭିଯୋଗ କରିଛନ୍ତି ଯେ ନମିତା ବିବାହ ପୂର୍ବରୁ ରାଜୁ ନାହାକ ନାମକ ଏକ ପୁଅକୁ ବିବାହ କରିଥିଲେ । ତାଙ୍କ ସହ ସ୍ତ୍ରୀ ପଳାଇ ଯାଇଥିବା କଥା ସେ କହିଛନ୍ତି । ଏନେଇ ଏୟାର ପୋର୍ଟ ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।

Related Articles

Leave a Reply

Your email address will not be published.

Back to top button