ଓଡ଼ିଶାର ୪ ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ଵଙ୍କ ଡାକ ଟିକଟ ଲୋକାର୍ପିତ

ଭୁବନେଶ୍ବର : ଓଡ଼ିଶାର ୪ ଜଣ କିମ୍ବଦନ୍ତୀ ବ୍ୟକ୍ତିତ୍ଵଙ୍କ ଡାକ ଟିକଟ ଲୋକାର୍ପିତ ହୋଇଛି। ସେମାନେ ହେଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଓଡିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ର, ବିଶିଷ୍ଟ ଅଭିନେତ୍ରୀ ପାର୍ବତୀ ଘୋଷ ଏବଂ ବିଶିଷ୍ଟ ସଂଗୀତଜ୍ଞ ଅକ୍ଷୟ ମହାନ୍ତି। ଭାରତୀୟ ଡାକ ସେବା ବିଭାଗ ପକ୍ଷରୁ ରେଭେନ୍ସା ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଂଜୟ ନାୟକ ଉପସ୍ଥିତ ରହି ଡାକଟିକେଟ ଲୋକାର୍ପଣ କରିଥିଲେ। ମୁଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ ଶୁଭେନ୍ଦୁ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବହୁ ଡାକଟିକେଟ ସଂଗ୍ରାହକ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଆଜି ଯେଉଁମାନଙ୍କ ନାଁରେ ଡାକଟିକେଟ ଲୋକାର୍ପିତ ହୋଇଛି ସେମାନେ ଓଡ଼ିଶାର ବରପୁତ୍ର। ସାରା ବିଶ୍ବରେ ଓଡ଼ିଶାର ଖ୍ୟାତି ବୃଦ୍ଧି କରିବାରେ ଏମାନଙ୍କ ଉଦ୍ୟମ ଆଜି ପ୍ରତିଟି ଓଡ଼ିଆଙ୍କୁ ଗର୍ବିତ କରିଛି ବୋଲି ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ ପ୍ରକାଶ କରିଥିଲେ।

Related Articles

Leave a Reply

Your email address will not be published.

Back to top button