ବାଣପୁର ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର : ପୋଲିସ ହେପାଜରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ଖବର  ମିଳିଛି  l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଘଟିଛି ଅଭାବନୀୟ ଘଟଣା । ତେବେ ଖବର ଅନୁଯାୟୀ, ଛବିନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତିଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି । ଶନିବାର ରାତିରେ ବାଣପୁର ଥାନା ପୋଲିସ ଛବିନ୍ଦ୍ର ନାୟକଙ୍କୁ ଚୋରା ମଦ କାରବାରରେ ଗିରଫ କରିଥିଲା । ଶନିବାର ହଠାତ୍ ଛବିନ୍ଦ୍ରଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଛବିନ୍ଦ୍ରଙ୍କୁ ମୃତ୍ୟୁ ଘୋଷଣା କରାଯାଇଛି । ତେବେ ଥାନା ପରିସରରେ କଣ ଘଟିଲା, ଯାହାଫଳରେ ଛବିନ୍ଦ୍ରଙ୍କ ଦେହ ଅସୁସ୍ଥ ହୋଇପଡିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button