ବାହାନଗା ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୯୩ରେ ବୃଦ୍ଧି

ଭୁବନେଶ୍ବର: ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାଗ୍ରସ୍ତଙ୍କ ମଧ୍ୟରୁ ଏସ୍‌ସିବି ଡାକ୍ତରଖାନାରେ ଚିକିତ୍ସାଧୀନ ଆଉ ଜଣେ ଗୁରୁତରଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ମନିସ କୁମାର(୨୪)। ତାଙ୍କ ବାପାଙ୍କ ନାମ ସାଗର ରାମ। ବିହାରର ଜାମୁଇ ଅଞ୍ଚଳରେ ତାଙ୍କ ଘର। ସୂଚନା ମୁତବିକ, ଟ୍ରେନ ଦୁର୍ଘଟଣାରେ ଗୁରୁତର ଥିବା ମନିସ ଏସ୍‌ସିବିର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଗୁରୁବାର ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହାକୁ ମିଶାଇ ଏସସିବିରେ ବାହାନଗା ଦୁର୍ଘଟଣାଗ୍ରସ୍ତଙ୍କର ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି। ସେହିଭଳି ବାହାନଗା ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୯୩ରେ ବୃଦ୍ଧି ପାଇଛି।

Related Articles

Leave a Reply

Your email address will not be published.

Back to top button