ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର; ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର: ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ । ପିଏମଜିରେ ଶହ ଶହ ମହିଳା ଯୋଗ ଦେଇ ଜୟନାରାୟଣଙ୍କର ବିରୋଧରେ ସ୍ୱର ଉତ୍ତୋଳନ କରଥିଲେ । ମହିଳାଙ୍କ ପ୍ରତି ଏଭଳି ଅଶାଳୀନ ବ୍ୟବହାରକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପିରେ ମହିଳା କର୍ମୀମାନେ ଜାଣିବା ଦରକାର ତାଙ୍କ ଦଳର ଜଣେ ନେତା ମହିଳାଙ୍କ ପ୍ରତି କିଭଳି ବ୍ୟବହାର କରିଛନ୍ତି । ଆଇନ ଅନୁଯାୟୀ ଜୟନାରାୟଣଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି । ବିଜେପି ତାଙ୍କୁ ଦଳରୁ ବହିଷ୍କାର କରୁ ବୋଲି ବିଜୁ ମହିଳା ଜନତା ଦଳ କହିଛି । ଜୟନାରାୟଣ ସବୁ ସୀମା ଉଲଘଂନ କରିଛନ୍ତି । ଜଣେ କାର୍ୟ୍ୟରତ ଆଇଆଇସିକୁ ଯେଉଁଭଳି ଭାବେ ଧକ୍କା ମାରିଛନ୍ତି ତାହା ଅତି ଲଜ୍ଜାଜନକ ବୋଲି କହିଛନ୍ତି ବିଜେଡି ନେତା । ଖାଲି ଜୟନାରାୟଣ ନୁହେଁ ବିଜେପିରେ ଏଭଳି ଅନେକ ନେତା ଅଛନ୍ତି ତାଙ୍କ ବିରୋଧରେ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ରହିଛି । ଯାହାକୁ ବିଜୁ ମହିଳା ଜନତା ଦଳ ପକ୍ଷରୁ ସମାଲୋଚନା କରାଯାଇଛି । ଏଥିସହ ଜୟନାରାୟଣଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button