ମାଓ କ୍ୟାମ୍ପରେ ମାଓବାଦୀ ମାନେ ନାଚୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ

ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବସ୍ତର ଜିଲ୍ଲାର ଏକ ଆଜ୍ଞାତ ସ୍ଥାନରେ ଥିବା ମାଓ କ୍ୟାମ୍ପରେ ମାଓବାଦୀ ମାନେ ନାଚୁଥିବାର ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ, ଅନେକ ମାଓବାଦୀ ନିଜ ମାଓ ୟୁନିଫର୍ମ ସହ ବନ୍ଧୁକ ଧରି ପରସ୍ପରର ହାତ ଧରି କୌଣସି ଏକ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି । ଏଥିରେ କିଛି ସାଧାରଣ ଲୋକେ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି ।

ଏଥିମଧ୍ୟରେ ଉଭୟ ପୁରୁଷ ଏବଂ ମହିଳା ମାଓବାଦୀ ଥିବା ବେଳେ ଅନ୍ୟ କିଛି ମାଓବାଦୀ ମାନେ ବନ୍ଧୁକ ଧରି ପାଖରେ ଠିଆ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ସାଧାରଣତ, ଯେତେବେଳେ ମାଓବାଦୀ ମାନେ କୌଣସି ଅଘଟଣ ଘଟାନ୍ତି ଏବଂ ଏଥିରେ ସଫଳତା ହାସଲ କରନ୍ତି କିମ୍ବା କୌଣସି ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରନ୍ତି, ସେମାନେ ଏହି ଉପାୟରେ ନାଚନ୍ତି ଏବଂ ଗୀତ କରନ୍ତି ବୋଲି ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button