ଓଡ଼ିଶାରେ ସମୁଦାୟ ୫ ହଜାର ଟାୱାର ନିର୍ମିତ ହେବ:ଅଶ୍ୱିନ ବୈଷ୍ଣବ

ଭୁବନେଶ୍ୱର: କେବଳ ଓଡ଼ିଶାରେ ସମୁଦାୟ ୫ ହଜାର ଟାୱାର ନିର୍ମିତ ହେବ ।  ସେଥିମଧ୍ୟରୁ ଆଜି ପ୍ରାଥମିକ ପର୍ୟ୍ୟାୟରେ ଶହେଟି ଟାୱାରର ଶୁଭାରମ୍ଭ କରାଯାଇଛି। ଏହି ଟାୱାରଗୁଡ଼ିକ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆଗଡ଼ା, ରାୟଗଡ଼ା ଜିଲ୍ଲାରେ ସ୍ଥାପିତ ହୋଇଛି। ଖୁବ୍‌ ଶୀଘ୍ର ରାଜ୍ୟର ଅନ୍ୟ ଜିଲ୍ଲାରେ ବି ଏହି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ । ଓଡ଼ିଶାବାସୀଙ୍କୁ ବିଶ୍ୱସ୍ତରୀୟ ମୋବାଇଲ ସେବା ଯୋଗାଇ ଦେବାକୁ ଏପରି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ଡିଜିଟାଲ ସେବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ଓଡ଼ିଶାରେ ଆଜି ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ   5G ସେବା । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରାଥମିକ ପର୍ୟ୍ୟାୟରେ ଟ୍ୱିନ୍ ସିଟି ସହ କିଛି ସହରରେ ଯୋଡ଼ି ହେଲା  5G ସେବା । ଏଣିକି ୪G ତୁଳନାରେ ୧୦ ଗୁଣା ଅଧିକ ସ୍ପିଡ୍ ହେବ ଇଣ୍ଟରନେଟ୍ । ଧିରେ ଧିରେ ଅନ୍ୟ ସହର ସହ ଗ୍ରାମାଞ୍ଚଳରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। କେବଳ ରିଲାଏନ୍ସ ଓ ଏୟାରଟେଲ ତରଫରୁ ଓଡ଼ିଶାରେ  5G  ସେବା ଯୋଗାଇ ଦେବାକୁ ଅନୁମତି ମିଳିଛି। ତେଣୁ ଆଗାମୀ ଦିନରେ ରାଜ୍ୟର ଅନ୍ୟ ଅଞ୍ଚଳରେ   5G ସେବା ଲାଗୁ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଏହା ବୈପ୍ଲବିକ ପରିବର୍ତ୍ତନ ଆଣିପାରିବ । କେବଳ ସହରାଞ୍ଚଳ ନୁହେଁ, ରାଜ୍ୟର ଉପାନ୍ତ ତଥା ଅପହଞ୍ଚ ଅଞ୍ଚଳରେ ମଧ୍ୟ ଏହି ସେବାକୁ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ।

Related Articles

Leave a Reply

Your email address will not be published.

Back to top button