ଓଡ଼ିଶାରେ ନୂଆ ରୋଗ-ସ୍କ୍ରବ ଟାଇଫସ

ଭୁବନେଶ୍ୱର: ରାଜ୍ୟରେ ମ୍ୟାଲେରିଆ ଓ ଡେଙ୍ଗୁକୁ ନେଇ ସମସ୍ତେ ଚିନ୍ତିତ । ରାଜ୍ୟର ଅଧିକାଂଶସ୍ଥାନରେ ଏହି ଦୁଇ ରୋଗ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି । ଏହାରି ଭିତରେ ବୋଝ ଉପରେ ନଳିତା ବିଡ଼ାସଦୃଶ ରାଜ୍ୟରେ ପୁଣି ଏକ ନୂଆ ରୋଗ ଆତଙ୍କ ଖେଳାଇବାରେ ଆରମ୍ଭ କରିଛି । ଉକ୍ତ ରୋଗ ହେଲା  ସ୍କ୍ରବ ଟାଇଫସ । ମ୍ୟାଲେରିଆ ଓ ଡେଙ୍ଗୁ ପରେ ସ୍କ୍ରବ ଟାଇଫସ ଆତଙ୍କ ଖେଳାଇବାରେ ଲାଗିଛି । ସମ୍ବଲପୁର ବୁର୍ଲାରେ ଆଉ ୩ଜଣ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏହି ରୋଗର ମୁକାବିଲା କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ଜଣାଯାଇଛି । a

Related Articles

Leave a Reply

Your email address will not be published.

Back to top button