ଜନ୍ମ ମାଟିରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଅଳଙ୍କୃତ କରିବାର ଦୀର୍ଘ ୧୮ମାସ ପରେ ଦ୍ୱିତୀୟ ଥର ପାଇଁ ଆଜି ନିଜ ଜିଲ୍ଲା ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୁଲିସ ପଡ଼ିଆରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି । ବାରିପଦା ପୁଲିସ୍ ପଡ଼ିଆ ହେଲିପ୍ୟାଡରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଏହାପରେ  କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ସହିଦ ସ୍ମୃତି ଭବନରେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବକୁ ନିଆଯାଇଛି।

ରାଷ୍ଟ୍ରପତି ହେବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ । ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ, କୁଲିଆଣାରେ ଏକଲ୍ୟବ ମଡେଲ୍ ସ୍କୁଲର ଉଦଘାଟନ କରିବେ। ବାରିପଦାରେ ମଧ୍ୟାନ୍ନ ଭୋଜନ ପରେ ୨ଟା ୩୫ମିନିଟରେ କୁଳିଅଣା ବ୍ଲକର ଏକଲବ୍ୟ ମଡେଲ ଆବାସିକ ସ୍କୁଲର ଉଦଘାଟନ କରିବେ । ଏହାପରେ ଅପରାହ୍ଣ ୩ଟା ୧୫ ମିନିଟ୍ରେ ରାଇରଙ୍ଗପୁର ଅଭିମୂଖେ ବାହାରିବେ ।  ଆଜି ମହାମହିମ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରି ରହଣି କରିବାର କାର୍ୟ୍ୟକ୍ରମ ରହିଛି। ନଭେମ୍ବର ୨୧ରେ ରାଇରଙ୍ଗପୁର ବାସଭବନରୁ ବାହାରି ନିଜ ଶାଶୁଘର ଗ୍ରାମ ପାହାଡପୁରରେ ୮:୧୫ରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଭାବ ବିନିମୟ କରିବେ। ଏଥିପରେ ଏସଏଲଏସ ସ୍କୁଲ ପରିଦର୍ଶନ ସହ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିବେ। ଏଥିପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହିତ ସମୟ ଅତିବାହିତ କରି ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଯୋଗ ଦେବେ। ସେଠାରୁ ବାହାରି ନାବାର୍ଡ ଏଲ୍ ଆଣ୍ଡ ଟି କମ୍ପାନି ପକ୍ଷରୁ ପ୍ରସ୍ତୁତ କୌଶଳ ଦକ୍ଷତା ବିକାଶ ତାଲିମ କେନ୍ଦ୍ରର ଶୁଭ ଉଦଘାଟନ କରିବେ। ସେଠାରୁ ବାହାରି ୯:୩୫ରେ ବାଦାମପାହାଡ ରେଳ ଷ୍ଟେସନରେ ପହଞ୍ଚି ନୂତନ ଭାବେ ଟାଟାନଗର- ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ- ରାଉରକେଲା ଏକ୍ସପ୍ରେସ ଓ ସାଲିମାର- ବାଦାମପାହାଡ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ଏହା ସହିତ ବାଦାମପାହାଡ ଅମୄତ ରେଳ ଷ୍ଟେସନର ଶିଳାନ୍ୟାସ କରିବେ। ପରେ ରାଇରଙ୍ଗପୁର ଡାକ ଡିଭିଜନର ଉଦଘାଟନ କରିବା ସହ ବିଭିନ୍ନ କାର୍ୟ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡି ହେବାର କାର୍ୟ୍ୟକ୍ରମ ରହିଛି। ଏହା ପରେ ବାଦାମପାହାଡରୁ ରାଇରଙ୍ଗପୁର ରେଳ ଷ୍ଟେସନକୁ ଟ୍ରେନ ଯୋଗେ ଯାତ୍ରା କରି ପହଞ୍ଚି ଦାଣ୍ଡବୋଷ ହେଲିପ୍ୟାଡରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବେ।

Related Articles

Leave a Reply

Your email address will not be published.

Back to top button