ଭୁବନେଶ୍ବରର ଏକ ବସ୍ତିରେ ଲାଗିଲା ନିଆଁ, ବଡ ଦୁର୍ଘଟଣାରୁ ରକ୍ଷା କଲା ଅଗ୍ନିଶମ

ଭୁବନେଶ୍ବର: ଆଜି ଭୁବନେଶ୍ବରର ଭିଏସଏସ ନଗରରେ ଥିବା ହନୁମାନ ବସ୍ତିର ଏକ ଘରେ ନିଆଁ ଲାଗିଯାଇଛି। ଫଳରେ ତିନି ବଖରାରେ ଥିବା ବିଭିନ୍ନ ଜିନିଷ ପୋଡି ଛାରଖାର ହୋଇଯାଇଛି। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିବା ଜଣାପଡିଛି। ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ହନୁମାନ ବସ୍ତିରେ ଥିବା ନିରୁପମା ଦାସଙ୍କ ଘରୁ ଧୂଆଁ ବାହାରୁଥିବାର ଲକ୍ଷ୍ୟ କରାଯାଇଥିଲା। ତତକ୍ଷଣାତ ସମସ୍ତେ ଘରୁ ବାହାରି ଜିନିଷପତ୍ର ବାହାରକୁ ବାହର କରିବା ପାଇଁ ଚେଷ୍ଠା କରିଥିଲେ। ହେଲେ କେତେକ ଜିନିଷ ରହିଯିବା ଦ୍ବାରା ସେଥିରେ ନିଆଁ ଲାଗିଯାଇଛି। ତେବେ ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁଁ ହୋଇଛି ବୋଲି ଅନୁମାନ କରାଯାଇଛି। ତେବେ ନିଆଁକୁ ଠିକ ସମୟରେ ଆୟତ କରାଯାଇଥିବାରୁ ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଛି।

Related Articles

Leave a Reply

Your email address will not be published.

Back to top button