ମାଲିକ ପାଇଁ ଜୀବନ ଦେଲା କୁକୁର

ଭୁବନେଶ୍ବର: ମାଲିକଙ୍କ ଜବନ ବଂଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଲା କୁକୁର ‘ବ୍ଲାକି’ | ଲଢ଼େଇ କରି ନାଗକୁ ମାରିବା ସହ ନିଜେ ମରିଗଲା ବିଶ୍ବସ୍ତ ପଣିଆର ଉଦାହରଣ ସାଜିଲା | ପ୍ରାଣୀ ମଧ୍ୟରେ କୁକୁର ସବୁଠୁ ବିଶ୍ୱସ୍ତ ଓ ଭରସାଯୋଗ୍ୟ । ନିଜ ମାଲିକଙ୍କ ସବୁ କଥା ଶୁଣିଥାଏ, ମାନିଥାଏ । ଏକ ପୋଷା କୁକୁର ତାର ମାଲିକଙ୍କ ପାଇଁ ଜୀବନ ଦେଇଦେଇଛି। ମାଲିକଙ୍କ ପରିବାରକୁ ନାଗ ସାପ ଠାରୁ ବଞ୍ଚାଇବାକୁ ଯାଇ ଏହି ପୋଷା କୁକୁର ନିଜର ଜୀବନ ବାଜି ଲଗାଇ ଦେଇଛି । ଏହି ଘଟଣା ଘଟିଛି ବୁର୍ଲା ସହର ଗୋଲଗୁଣ୍ଡା ଗାଁରେ। ଗୋଲଗୁଣ୍ଡା ଗାଁର ଜୟନାରାୟଣ ମହାପାତ୍ରଙ୍କ ପୋଷା କୁକୁର ‘ବ୍ଲାକି’ ଏହି ସାହସିକତା କାର୍ଯ୍ୟ କରିଛି। ବ୍ଲାକିର ଅନୁପସ୍ଥିତିରେ ଆଜି ସମ୍ପୃକ୍ତ ପରିବାରରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରୋ ବ୍ଲାକି ନାମକ କୁକୁର (ଜର୍ମାନ୍ ସେଫର୍ଡ) ଆଣି ଘରେ ପୋଷିଥିଲେ ଜୟ ନାରାୟଣ ମହାପାତ୍ର | ତେବେ ଗତକାଲି ସନ୍ଧ୍ଯାରେ ଏକ ବଡ଼ ନାଗ ସାପ ଘର ଭିତରକୁ ପଶୁଥିଲା। ନାଗ ସାପ ଉପରେ ବ୍ଲାକିର ଆଖି ପଡ଼ିଥିଲା। ନାଗ ସାପ ଏବଂ ବ୍ଲାକି ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂଘର୍ଷ ହୋଇଥିଲା। ନାଗ ସାପ ବ୍ଲାକିକୁ ଏକାଧିକ ଚୋଟ ମାରିଥିବା ବେଳେ ବାକି ମଧ୍ୟ ନାଗକୁ ବିଭିନ୍ନ ସ୍ଥାନରେ କାମୁଡ଼ି କ୍ଷତବିକ୍ଷତ କରିଥିଲା। ମହାପାତ୍ର ପରିବାର ଆସି ଦେଖିବା ବେଳକୁ ସଂଘର୍ଷ ପ୍ରାୟ ଶେଷ ହୋଇ ସାରିଥିଲା। ନାଗକୁ ମାରିବା ସହ ମାଲିକକୁ ବଂଚାଇବାକୁ ଯାଇ ନିଜେ ମରିଲା ବ୍ଲାକି |

Related Articles

Leave a Reply

Your email address will not be published.

Back to top button