ରାଜ୍ୟରେ ୯୭ ଶୀତଳ ଭଣ୍ଡାର ଅଚଳ, ୩୬ଟି ସଚଳ : କୃଷି ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଏବେ ୯୭ଟି ଶୀତଳ ଭଣ୍ଡାର ଅଚଳ ହେଇ ପଡିଥିବାବେଳେ, ୩୬ଟି ଶୀତଳ ଭଣ୍ଡାର ସଚଳ ଅବସ୍ଥାରେ ଅଛି । ବୁଧବାର ବିଧାନସଭା ପ୍ରଶ୍ନକାଳରେ ଉତ୍ତର ରଖି ଏପରି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତାଙ୍କ କହିବା ମୁତାବକ,  ଅଚଳ ହୋଇ ପଡିଥିବା ଶୀତଳ ଭଣ୍ଡାରକୁ ସଚଳ କରିବାକୁ ସମ୍ଭବ ନୁହେଁ । ଏହାକୁ ଅଚଳରୁ ସଚଳ କରିବା ବ୍ୟୟବହୁଳ ଅଟେ । ତେଣୁ ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇପାରିବ ବୋଲି ମନ୍ତ୍ରୀ ଉତ୍ତରରେ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ନୂଆ କରି ୧୦୦୦ ଶୀତଳିକରଣ ଗୃହ ନିର୍ମାଣ ହେବ । ଯାହାକି ସୌରଚାଳିତ ଯନ୍ତ୍ରାଂଶ ଦ୍ୱାରା ଚାଲିବ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ୱଂୟ ସହାୟକ ଗୋଷଅଠୀଙ୍କ ପରିଚାଳନାରେ ଏହି ଶୀତଳିକରଣ ଗୃହ ଚାଲିବ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଉତ୍ତର ରଖିଛନ୍ତି । ସେହିପରି ରାଜ୍ୟର କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ ୭୦ ପ୍ରତିଶତ ରିହାତିରେ ସବଜି କୁଲର ଯୋଗାଇ ଦେବେ ରାଜ୍ୟ ସରକାର । ଯେଉଁଥିରେ ଚାଷୀମାନେ ତାଙ୍କ ଅମଳ ହୋଇଥିବା ପନିପରିବା କିଛି ଦିନ ପର୍ୟ୍ୟନ୍ତ ରଖିପାରିବେ । ଏହାକୁ ଆସନ୍ତା ଏପ୍ରିଲ ୧ ତାରିଖରୁ ଆରମ୍ଭ କରାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।

Related Articles

Leave a Reply

Your email address will not be published. Required fields are marked *

Back to top button