ଆଡଭୋକେଟଙ୍କଠାରୁ ୭୪ ଲକ୍ଷ ଠକେଇ: କୋଲକାତାରୁ ଜଣେ ଗିରଫ

ଭୁବନେଶ୍ୱର: ସାଇବର ଠକେଇ କରି ୭୪ ଲକ୍ଷ ହଡ଼ପ ମାମଲାରେ କ୍ରାଇମବ୍ରାଞ୍ଚ ଜଣକୁ କୋଲକାତାରୁ ଗିରଫ କରିଛି । ଅଭିଯୁକ୍ତ ହେଲେ କୋଲକାତା ଆଲିପୁରର ପ୍ରଶାନ୍ତ ଦ୍ୱିବେଦୀ । ତାଙ୍କଠାରୁ ଏଟିଏମ କାର୍ଡ ସମେତ ଅନେକ ଆପତ୍ତିଜନକ ପ୍ରମାଣପତ୍ର ଜବତ କରାଯାଇଛି । ସେ ବିଭିନ୍ନ ଫେକ୍ ଇ-ମେଲ ଆଇଡି ବ୍ୟବହାର କରି ଭୁବନେଶ୍ୱରର ଜଣେ ବରିଷ୍ଠ ନାଗରିକ ତଥା ଆଇନଜୀବୀଙ୍କଠାରୁ ୭୪ ଲକ୍ଷ ଟଙ୍କା ଲୁଟି ନେଇଥେôଲ । କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିବା ପରେ ସ୍ଥାନୀୟ ଅଦାଲତରେ ହାଜର କରାଇ ଟ୍ରାଞ୍ଜିଟ ରିମାଣ୍ଡେର ଆଣି ଶୁକ୍ରବାର କଟକରେ ପହଞ୍ôଚଛି । ଭୁବନେଶ୍ୱର ଫରେଷ୍ଟ ପାର୍କ ଅଞ୍ଚଳର ବାସିନ୍ଦା ବରିଷ୍ଠ ନାଗରିକ ରମାବଲ୍ଲଭ ରଥ (୬୩) ଜଣେ ଆଇନଜୀବୀ । ସେ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ୭୪ ଲକ୍ଷ ଟଙ୍କା ହରାଇଥିଲେ । ଏନେଇ ସେ କଟକ ସିଆଇଡି କ୍ରାଇମବ୍ରାଞ୍ଚର ସାଇବର ଥାନାରେ ୨୦୨୧ ମସିହା ଫେବୃଆରୀ ୩ରେ ଅଭିଯୋଗ କରିଥିଲେ । ଅଭିଯେ।।ଗ ଆଧାରେର କେସ ନଂ ୪/୨୦୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ୨୦୧୮ରୁ ଆଇନଜୀବୀ ରଥଙ୍କ ମୋବାଇଲକୁ ବିଭିନ୍ନ ମୋବାଇଲରୁ ଫୋନ୍ କଲ ଆସୁଥିଲା । ଅପରପଟୁ କଥା ହେଉଥିବା ବ୍ୟକ୍ତିମାନେ ନିଜକୁ ବିଭିନ୍ନ ବୀମା କମ୍ପାନୀର ଅଧିକାରୀ ଭାବେ ପରିଚୟ ଦେଇ ପଲିସି ଓ ଲାଭ ବାବଦେର ବୁଝାଉଥେôଲ । ମିଥ୍ୟା ଇମେଲ୍‌, ମିଥ୍ୟା ଅଫିସିଆଲ ଚିଠି ପଠାଇ ତାଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ଠକମାନେ ସଫଳ ହୋଇଥିଲେ । ପରେ ଠକ ଗୋଷ୍ଟୀ ତାଙ୍କ ଆକାଉଣ୍ଟରୁ ୭୪ ଲକ୍ଷ ଟଙ୍କା ହଡ଼ପ କରିନେଇଥିଲେ । ଜଣେ ଆଇନଜୀବୀଙ୍କଠାରୁ ଏତେ ଟଙ୍କା ହଡପ ହେବା ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଥିଲା ସାଇବର ପୁଲିସ । ଏହାପରେ ବିଭିନ୍ନ ଦିଗକୁ ତନ୍ନ ତନ୍ନ କରି ଛାନ୍‌ଭିନ ଚଳାଇ ପୁଲିସ ତଦନ୍ତରେ ସଂପଳ ହୋଇଥିଲା । ସିଆଇଡି କ୍ରାଇମବ୍ରାଞ୍ଚ ଟିମ୍ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଧର୍ମେନ୍ଦ୍ର କୁମାର(୩୬)ଙ୍କୁ ଗତ ମାସରେ ଗିରଫ କରିଥିଲା । ଧର୍ମେନ୍ଦ୍ର ଇନସ୍ୟୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭେଲପମେଣ୍ଟ ଅଥରିଟି ଅଫ ଇଣ୍ଡିଆ (ଆଇଆରଡିଏଆଇ) ନାମରେ ମିଥ୍ୟା ୱେବସାଇଟ୍ ଓ ଏକ ଇ-ମଲ୍ ଆଇଡି ଖୋଲିଥିବାର ପୁଲିସ ଜାଣିପାରିଥିଲା । ଉକ୍ତ ଇମେଲ ଆଇଡି ଓ ପାସ୍‌ୱାଡର୍କୁ ସେ ଲକ୍ଷ୍ନୌର ପ୍ରଶାନ୍ତ ଦ୍ୱିବେଦୀଙ୍କୁ ବିକ୍ରି କରିଥିଲେ । କୋଲକାତାରେ ରହି ପ୍ରଶାନ୍ତ ଇ-ମେଲ୍ ଜରିଆରେ ଲୋକଙ୍କୁ ଠକିବା ଆରମ୍ଭ କରିଦେଇଥିଲା । ଠକାମୀ କାରବାର ସେ ସମ୍ପୃକ୍ତ ଥିବାର ପ୍ରମାଣ ପୁଲିସ ହାତରେ ପଡ଼ିଛି । ଏହା ଏକ ବଡ ରାକେଟ୍ ବୋଲି ପୁଲିସ ଆଶଙ୍କା କରିଛି । ତେବେ ଏହି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି ବୋଲି କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ର କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button