୩୧ଲକ୍ଷ ନକଲି ନୋଟ ଜବତ, ଜଣେ ଗିରଫ

ଭୁବନେଶ୍ବର: ଟିଟିଲାଗଡ଼ ସହର ସ୍ଥିତ ଆଇ ଲଭ୍ ଟିଟିଲାଗଡ଼ ପାର୍କ ନିକଟରୁ ଜଣେ ବ୍ୟକ୍ତିଙ୍କଠାରୁ ଭୁବନେଶ୍ୱର ଏସଟିଏଫ ପକ୍ଷରୁ ୩୧ ଲକ୍ଷ ୨୭ ହଜାର ପାଞ୍ଚ ଶହ ଟଙ୍କାର ନକଲି ନୋଟ ଜବତ କରାଯାଇଛି। ଏଥିସହ ଘଟଣାରେ ଜଣକୁ ଗିରଫ କରି ଆଜି ଟିଟିଲାଗଡ଼ କୋର୍ଟ ଚାଲାଣ କରାଯାଇଛି।  ଏସଟିଏଫ ପକ୍ଷରୁ ପ୍ରାନ୍ତ ସୂଚନା କ୍ରମେ, କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ କଣ୍ଟାମାଲ ଗ୍ରାମର ଲିଙ୍ଗରାଜ ବେହେରା ଗତ ୧ ତାରିଖ ରାତି ୧୦ଟାରେ ଟିଟିଲାଗଡ଼ଠାରେ ନକଲି ନୋଟ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରିବା ପାଇଁ ଜଗିଥିଲେ। ପୂର୍ବରୁ ସୂଚନା ପାଇ ଏସଟିଏଫ ଦଳ ଛକି ବସିଥିବା ବେଳେ ଅଚାନକ ଅଭିଯୁକ୍ତକୁ ଉପରେ ମାଡି ବସିଥିଲେ। ଅଭିଯୁକ୍ତକୁ ଗୋପନୀୟ ସ୍ଥାନରେ ଅଟକ ରଖି ଏସଟିଏଫ ଦଳ ପଚରାଉଚରା ଜାରି ରଖିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଛି।

Related Articles

Leave a Reply

Your email address will not be published.

Back to top button