ଦେବୀ ନଦୀରେ ୩ ଛାତ୍ର ନିଖୋଜ

ଭୁବନେଶ୍ବର:  ଦେବୀ ନଦୀରେ ଭାସିଯାଇ ୩ ଜଣ ଛାତ୍ର ନିଖୋଜ ଥିବା ଜଣାଯାଇଛି ।  ମାଛଗାଁ ନିକଟରେ ଗାଧୋଇବାବେଳେ ସେମାନେ ଭାସିଯାଇ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ସେମାନଙ୍କୁ ଖୋଜାଖୋଜା କରାଯାଉଛି ।  ନିଖୋଜ ୩ ଛାତ୍ର ଭୁବନେଶ୍ୱରରୁ ଆସିଥିବା ଜଣାଯାଇଛି ।  ଭୁବନେଶ୍ୱରରୁ ଆସିଥିବା ୩ ଜଣ ଓ ସ୍ଥାନୀୟ ଜଣେ ଛାତ୍ର ମୋଟ ୪ ଜଣ ମାଛଗାଁ ନିକଟ ଦେବୀନଦୀରେ  ଗାଧୋଉଥିଲେ । ତେବେ  କୌଣସି କାରଣରୁ ଭୁବନେଶ୍ୱରରୁ ଆସିଥିବା ୩ ଜଣ ନଦୀରେ ଭାସିଯାଇଥିଲେ ।  ଯୁକ୍ତ ୨ ପଢୁଥିବା ସମସ୍ତ ଛାତ୍ର ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି । ୪ ସାଙ୍ଗ ଆଜି ସକାଳୁ ଗାଧୋଇବା ପାଇଁ ୨ ଟି ସାଇକେଲ ନେଇ ନଦୀକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ନଦୀ ସ୍ରୋତରେ ଭାସି ଯାଇଥିବା ବେଳେ ଅନ୍ୟ ଜଣେ ନଦୀ ସ୍ରୋତରୁ ମୁକୁଳି ଆସି ନଦୀ ବନ୍ଧରେ ଛିଡ଼ା ହୋଇ ଗାଁ ଲୋକେଙ୍କୁ ଡାକ ପକାଇଥିଲେ। ଖବର ପାଇ ବାଲିକୁଦା ଅଗ୍ନିଶମ ବିଭାଗ କର୍ମଚାରୀ ନିଖୋଜଙ୍କ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି। ତେବେ ଏ ପର୍ୟ୍ୟନ୍ତ ନିଖୋଜଙ୍କ ପତ୍ତା ମିଳିନାହିଁ।

Related Articles

Leave a Reply

Your email address will not be published.

Back to top button