ବିଜେବି କଲେଜ ଛାତ୍ରଙ୍କୁ ମାଡ଼ ମରା ଘଟଣାରେ ୩ ଗିରଫ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରଙ୍କୁ ମାଡ଼ ମରା ଘଟଣାରେ ୩ଜଣ ଛାତ୍ର ଗିରଫ ହୋଇଛନ୍ତି । ୩ଜଣ +୨ ଛାତ୍ରଙ୍କୁ ପୁଲିସ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଗତକାଲି ପ୍ରଥମ ବର୍ଷର ଛାତ୍ରଙ୍କୁ ୩ଜଣ ଛାତ୍ର ମାଡ଼ ମାରିଥିଲେ । ସୂଚନା ଅନୁଯାୟୀ, ପ୍ରଥମ ବର୍ଷର ଛାତ୍ର ଜଣଙ୍କୁ ୨୦ରୁ ଅଧିକ ଛାତ୍ର ଘେରିଯାଇ ଭୟର ବାତାବରଣ ସୃଷ୍ଟି କଲେ । ଗଛ ତଳେ ଜଣେ ଛାତ୍ରଙ୍କୁ ବସାଇ ଅକଥନୀୟ ନିର୍ୟାତନା ଦେଲେ । ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଚାପୁଡ଼ା ଉପରେ ଚାପୁଡ଼ା, ଗୋଇଠା, ଧକ୍କା ମାରି ଚାଲିଲେ। ୫ରୁ ଅଧିକ ଛାତ୍ର ତାଙ୍କୁ ତଳେ ପକାଇ ଗଡ଼େଇ ତଡ଼େଇ ପିଟିଲେ । ଏଭଳି ଅଭାବନୀୟ ଘଟଣା ବିଜେବି କ୍ୟାମ୍ପସରେ ଦେଖିବାକୁ ମିଳିଥିବା ବେଳେ ଜଣେ +୨ ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରଙ୍କୁ କିଛି ସିନିୟର ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button