ଝାରସୁଗୁଡା ପାଇଁ ୨୯ ତାରିଖ ହେଉଛି କଳା ଦିନ : ସନ୍ତୋଷ ସିଂହ ସାଲୁଜା

ଭୁବନେଶ୍ୱର:  ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।  ସେ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ । ଝାରସୁଗୁଡା ପାଇଁ କଳା ଦିନ ହେଉଛି ୨୯ ତାରିଖ । ଜାନୁଆରୀ ୨୯ ରେ ନବ ଦାସଙ୍କୁ ହତ୍ୟା ଏବଂ ମାର୍ଚ୍ଚ ୨୯ ଗୋଟେ ଛୋଟ ପିଲାଟିକୁ ହତ୍ୟା କରାଯାଇଛି । ଓଡିଶାରେ ଏମିତି ଘଟଣା କେବେ ଘଟୁ ନଥିଲା । ବିଜେଡି ଶାସନରେ ହତ୍ୟା, କିଡନାପ, ନାରୀ ଧର୍ଷଣ ବଢ଼ି ଚାଲିଛି । ଯାହା ସୂଚାଉଛି ୟୁପିଠାରୁ ବି ପରିସ୍ଥିତି ଖରାପ । ଆଗକୁ ଝାରସୁଗୁଡା ଉପ ନିର୍ବାଚନରେ ଭୋଟ ଦେବାକୁ ବି ଲୋକେ ଡରିବେ । ରାଜ୍ୟ ସରକାର ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସମର୍ଥ ଅଗ୍ରୱାଲଙ୍କ ହତ୍ୟାକାରୀକୁ ସାମ୍ନାକୁ ଆଣନ୍ତୁ, ନହେଲେ ଝାରସୁଗୁଡାରେ ଭୋଟ ଦେବାକୁ ଲୋକେ ଡରିବେ ବୋଲି କଂଗ୍ରେସ ବିଧାୟକ ପ୍ରତିକ୍ରିୟା ରଖିଛନ୍ତି ।

Related Articles

Leave a Reply

Your email address will not be published.

Back to top button