ନକ୍ସଲଙ୍କ ଗୁଳିରେ ୨ ଯବାନ ଶହୀଦ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ରାଜନନ୍ଦଗାଓଁ ଜିଲ୍ଲାରେ ନକ୍ସଲ ଆକ୍ରମଣ। ନକ୍ସଲଙ୍କ ଆକ୍ରମଣରେ ୨ ଜଣ ଯବାନ ଶହୀଦ ହୋଇଛନ୍ତି। ବୋରତାଲାବ ଥାନା ଅନ୍ତର୍ଗତ ଗନ୍ଦିଆ ସୀମାରେ ଯବାନମାନେ ଚେକ୍ ପୋଷ୍ଟରେ ଡ୍ୟୁଟି କରୁଥିବା ସମୟରେ ଏହି ଅଘଟଣ ଘଟିଛି। ସୂଚନାନୁଯାୟୀ, ବୋରତାଲାବ ଥାନା ଅନ୍ତର୍ଗତ ଗନ୍ଦିଆ ସୀମାରେ ଯବାନମାନେ ଚେକ୍ ପୋଷ୍ଟରେ ଡ୍ୟୁଟି କରୁଥିବା ସମୟରେ ହଠାତ୍ ୧୫ରୁ ଅଧିକ ମାଓବାଦୀ ଆକ୍ରମଣ କରିଥିଲେ। ମାଓବାଦୀଙ୍କ ଆଖିବୁଝା ଗୁଳି ଚାଳନାରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ସେମାନଙ୍କ ମୋଟର ସାଇକେଲକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ।

Related Articles

Leave a Reply

Your email address will not be published.

Back to top button