୨ ଟନ୍‌ ପିଆଜରେ ୧୦୦ ଫୁଟର ସାନ୍ତାକ୍ଲଜ

ଭୁବନେଶ୍ବର :   ବ୍ଲୁ ଫ୍ଲାଗ ବିଚ୍‌ରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରସ୍ତୁତ କରିଛନ୍ତି ବିଶାଳ ସାନ୍ତାକ୍ଲଜ । ସ୍ୱତନ୍ତ୍ରତା ହେଉଛି ଏହାକୁ ସେ ପିଆଜରେ କରି ବିଶ୍ୱବାସୀଙ୍କୁ ବଡ଼ଦିନର ଅଭିନନ୍ଦନ ଜଣାଇଛନ୍ତି । ତେବେ ଏହି କଳାକୃତିରେ ସୁଦର୍ଶନ ସାନ୍ତାକ୍ଲଜର ଶୟନ ମୁଦ୍ରା ନିର୍ମାଣ କରିଛନ୍ତି । ଏଥିରେ ୨ ଟନ୍‌ ପିଆଜ ବ୍ୟବହାର ହୋଇଥିବା ବେଳେ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଛି । ‘ଗିଫ୍ଟ ଏ ପ୍ଲାଣ୍ଟ, ଗ୍ରୀନ ଦ ଆର୍ଥ’ ଉଲ୍ଲେଖ କରି ସଭିଙ୍କୁ ବଡ଼ ଦିନରେ ଏବଂ ନୂତନ ବର୍ଷ ଆଗମନରେ ବୃକ୍ଷ ଉପହାର ଦେବାକୁ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ । ପିଆଜରେ ସାନ୍ତା କ୍ଲଜ ପ୍ରସ୍ତୁତ ହୋଇଥିବା ବେଳେ ମେରୀ ଖ୍ରୀଷ୍ଟମାସ ଲେଖାଯାଇଛି । ବହୁ ସଂଖ୍ୟାରେ ପର୍ୟ୍ୟଟକ ଏହି ବାଲୁକା କଳାକୁ ଦେଖି ଖୁସି ହେଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିଆରା ବାଲୁକା କଳା ପାଇଁ ୱାର୍ଲଡ ରେକର୍ଡସ ବୁକ ଅଫ୍‌ ଇଣ୍ଡିଆ ରେକର୍ଡ ହାସଲ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ୧୦୦ଫୁଟ ଲମ୍ବ, ୨୪ଫୁଟ ଉଚ୍ଚ ଏବଂ ୪୨ ଫୁଟ ଚଉଡା ବିଶିଷ୍ଟ ଏହି ବରାଟ ସାନ୍ତା କ୍ଲଜ ନିର୍ମାଣ କରି ରେକର୍ଡ କରିଛନ୍ତି ସୁଦର୍ଶନ । ୱାର୍ଲ୍ଡ ରେକର୍ଡସ ବୁକ ଅଫ୍‌ ଇଣ୍ଡିଆର ମୁଖ୍ୟ ସମ୍ପାଦକ ଏହି ବାଲୁକା କଳାକୁ ଦେଖିବା ସହ ସୁଦର୍ଶନଙ୍କୁ ମେଡାଲ ଏବଂ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button