ବ୍ୟାଙ୍କରୁ ୧କୋଟି ଟଙ୍କାର ସୁନା ଲୁଟ୍

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବିରୋଡ଼ ଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ ହୋଇଛି । ଦୁର୍ବୃତ୍ତମାନେ  ୫ ଲକ୍ଷ ନଗଦ ଟଙ୍କା ସହ କୋଟିଏରୁ ଊଦ୍ଧ୍ୱର୍ ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଛନ୍ତି ।  ଫାଙ୍କା ଗୁଳିଚାଳନା କରି ଦୁର୍ବୃତ୍ତମାନେ ଲୁଟ କରିଛନ୍ତି । ୨ଟି ପଲସରରେ ମୋଟ ୪ ଜଣ ଦୁର୍ବୃତ୍ତ ଆସି ବ୍ୟାଙ୍କ ସାମନାରେ ପାର୍କିଂ କରିଥିଲେ । ସମୟ ପାଖାପାଖି ଅପରାହ୍ନ ୨ଟା । ପରେ ସେମାନେ ବ୍ୟାଙ୍କ ଭିତରେ ପଶି ଫାଙ୍କା ଗୁଳିଚାଳନା କରି ବ୍ୟାଙ୍କ କର୍ମଚାରୀଙ୍କୁ ଧମକ ଚମକ ଦେଇଥିଲେ । ପରେ ଟଙ୍କା ସହ ବନ୍ଧକ ଥିବା ସୁନାକୁ ଲୁଟ ପାଟ କରି ଫେରାର ହୋଇଯାଇଥିଲେ । ଏନେଇ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

Related Articles

Leave a Reply

Your email address will not be published.

Back to top button