୨୭ରେ ଏଏସଓ ପରୀକ୍ଷା

ଭୁବନେଶ୍ୱର : ଏଏସଓ ପରୀକ୍ଷାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି  । ବନ୍ୟା ଯୋଗୁଁ ଘୁଞ୍ଚିଥିବା ଏଏସଓ ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ । ଏନେଇ ଓପିଏସସି ଅଧ୍ୟକ୍ଷ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ସୂଚନା ଥାଉ ଯେ, ୨୧ତାରିଖରେ ଏଏସଓ ପରୀକ୍ଷା ହେବାର ଥିଲା । ସାରା ରାଜ୍ୟରେ ବନ୍ୟାସ୍ଥିତି ସୃଷ୍ଟି ହୋଇଥିବାରୁ ଜନଜୀବନ ଠପ ହୋଇଯାଇଥିଲା । ଏହାକୁ ଆଖି ଆଗରେ ରଖି ଆସନ୍ତା ରବିବାର ଦିନ ହେବାକୁ ଥିବା ଏଏସଓ ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଥିଲା  ।  ବନ୍ୟା ସ୍ଥିତି ଟଳିବା ପରେ ସ୍ଥିତି ଦେଖି ପରୀକ୍ଷା ପାଇଁ ନୂଆ ତାରିଖ ଧାର୍ଯ୍ୟ ହେବବୋଲି କୁହାଯାଇଥିଲା  ।

Related Articles

Leave a Reply

Your email address will not be published.

Back to top button