ହାତୀ ମୃତ୍ୟୁ ରୋକିବା ପାଇଁ ଗଠନ ହେବ ଜଏଣ୍ଟ ଟାସ୍କ ଫୋର୍ସ: ଡିଜିପି ସୁନିଲ

ଭୁବନେଶ୍ୱର: ହାତୀ ମୃତ୍ୟୁ ରୋକିବା ପାଇଁ ଗଠନ ହେବ ଜଏଣ୍ଟ ଟାସ୍କ ଫୋର୍ସ। ହାଇକୋର୍ଟରେ ସତ୍ୟପାଠ ଜରିଆରେ ଏହି ଉତ୍ତର ଦେଇଛନ୍ତି ଓଡ଼ିଶା ପୁଲିସ ଡିଜିପି ସୁନିଲ କୁମାର ବଂସଲ। ଗତ ୧୭ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସାମିଲ ହୋଇଥିଲେ ବରିଷ୍ଠ ପୁଲିସ ଅଧିକାରୀ ଓ ବନ ବିଭାଗ ଅଧିକାରୀ। ରାଜ୍ୟରେ ବେଆଇନ ତଥା ଅପ୍ରାକୃତିକ ଭାବେ ହାତୀ ଶିକାର ରୋକିବା ପାଇଁ ଏହି ଜଏଣ୍ଟ ଟାସ୍କ ଫୋର୍ସ କରିବ। ପିସିସିଏଫଙ୍କ ଅଧୀନରେ ଏହି ଜଏଣ୍ଟ ଟାସ୍କ ଫୋର୍ସ କାର୍ଯ୍ୟ କରିବ। ପୁଲିସ ଅଧିକାରୀ ଓ ବନ ବିଭାଗ ଅଧିକାରୀଙ୍କୁ ନେଇ ଏହି ଜଏଣ୍ଟ ଟାସ୍କ ଫୋର୍ସ ଗଠନ ହେବ। ତେବେ ହାତୀ ମୃତ୍ୟୁ ସହ ବାଘ, ଚିତା ଶିକାର ଏବଂ ବେଆଇନ ଭାବେ ବଜ୍ରକାପ୍ତା ଚାଲାଣ ଉପରେ ମଧ୍ୟ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ। ଏହା ବ୍ୟତୀତ ପଶୁ ପକ୍ଷୀଙ୍କ ଶିକାର ମାମଲାରେ ଟ୍ରାଇଲ କୋର୍ଟରେ ପଡ଼ିଥିବା ମାମଲା ଗୁଡ଼ିକ ପରିଚାଳନା ପାଇଁ ପ୍ରତି ଜିଲ୍ଲାରେ ସରକାରୀ ଓକିଲ ନିଯୁକ୍ତ କରାଯିବ। ସେପଟେ ପ୍ରତିଟି ଜିଲ୍ଲାରେ ଏହି ମାମଲାର ବିଚାର କରିବା ପାଇଁ ଚିଫ ଯୁଡ଼ିସିଆଲ ମାଜିଷ୍ଟ୍ରେଟ ତଥା ଆଡ଼ିସ୍ନାଲ ଚିଫ ଯୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ୱାଇଲ୍ଡ ଲାଇଫ ପଶୁ ପକ୍ଷୀଙ୍କ ସୁରକ୍ଷା ଲାଗି ଜନସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button