ସାରା ରାଜ୍ୟରେ କରୋନା ଗାଇଡ଼ଲାଇନ କଡ଼ାକଡି ପାଳନ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କେତେକ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି  । ମହାରାଷ୍ଟ୍ରରେ ବି ଲକଡାଉନ ସ୍ଥିତି ସୃଷ୍ଟି ହୋଇଛି  । ଏଭଳି ସ୍ଥିତି ଯେଭଳି ଓଡ଼ିଶାରେ ସୃଷ୍ଟି ନହେବ ସେଥିପ୍ରତି ଦୃଷ୍ଟି ଦେବା ଦରକାର  । ଲୋକମାନେ କରୋନା ଗାଇଡ଼ଲାଇନ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିବା ସହ ଏନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ।
ଓଡ଼ିଶା କରୋନା ନିୟନ୍ତ୍ରଣରେ ସକ୍ଷମ ହୋଇଛି  । ତେବେ ଏବେବି ବିପଦ ଟଳିନାହିଁ  ।

ମହାରାଷ୍ଟ୍ର, ପଞ୍ଜାବ ଭଳି କେତେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି  । ମହାରାଷ୍ଟ୍ରରେ ଲକଡାଉନ ପୁଣି ଫେରିଛି  । କରୋନା ଆମ ଅର୍ଥନୀତି ଓ ପାଠପଢ଼ା ଆଦିକୁ ପ୍ରଭାବିତ କରିଛି  । ଆପଣମାନଙ୍କର ତ୍ୟାଗ ଓ ସତର୍କତା ଯୋଗୁଁ ଆମେ କରୋନାର ମୁକାବିଲା କରିପାରିଛୁ  । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଆମକୁ ପ୍ରଶଂସା କରିଛି  । ଲକଡାଉନ ସ୍ଥିତି ଯେଭଳି ନଫେରିବ ସେଥିପ୍ରତି ଆମେ ସତର୍କ ରହିବା ଦରକାର  । ତେଣୁ ମାସ୍କ ପିନ୍ଧିବା, ସାବୁନରେ ହାତ ଧୋଇବା ଦରକାର  । ମୁହଁ, ନାକ ଆଦିରେ ହାତ ମାରିବା ନାହିଁ  । ଅନାବଶ୍ୟକ ଭାବେ ବାହାରେ ବୁଲାବୁଲି କରିବା ନାହିଁ  । ଏଦିଗରେ ମୁଁ ଆପଣମାନଙ୍କର ସହଯୋଗ କାମନା କରୁଛି  । କରୋନା ଯୁଦ୍ଧରେ ଆମେ ବହୁ କରୋନା ଯୋଦ୍ଧାକୁ ହରାଇଛେ । ସେମାନଙ୍କ ପରିବାରର ଆଖିରୁ ଏଯାଏଁ ବି ଲୁହ ଶୁଖିନାହିଁ  । କରୋନା ଗାଇଡ଼ଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ।

Related Articles

Leave a Reply

Your email address will not be published.

Back to top button