ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ପୁଣି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ଟୁଡେ ମୁଡ୍ ଅଫ ନେସନ ପୋଲ୍ ସର୍ଭେରେ ଏଭଳି ତଥ୍ୟ ପ୍ରକାଶ ପାଇଛି । ନବୀନ ପଟ୍ଟନାୟକ ୭୮ ପ୍ରତିଶତ ସହ ସର୍ବୋଚ୍ଚ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ୬୩ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତବିଶ୍ୱ ଶର୍ମା । ୬୧ ପ୍ରତିଶତ ସହ ତୃତୀୟ ସ୍ଥାନରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ଦେଶରେ ସବୁଠାରୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫୩ ପ୍ରତିଶତ ଲୋକ ମତ ଦେଇଛନ୍ତି ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ । ରାହୁଲ ଗାନ୍ଧୀଙ୍କୁ ମିଳୁଛି ମାତ୍ର ୯ ପ୍ରତିଶତ । ଯଦି ବର୍ତ୍ତମାନ ଲୋକସଭା ନିର୍ବାଚନ ହୁଏ ତେବେ ଏନଡିଏ ୨୮୬ ସିଟ୍ ପାଇବ । ୟୁପିଏକୁ ମିଳିବ ୧୪୬ ଆସନ। ଅନ୍ୟାନ୍ୟ ଦଳ ପାଇବେ ୧୧୧ ଆସନ। ଏମିତି ତଥ୍ୟ ପ୍ରକାଶ କରିଛି ଏହି ସର୍ଭେ । ବିହାର ରାଜନୀତିରେ ପରିବର୍ତ୍ତନ ଯୋଗୁଁ ବଡ଼ କ୍ଷତି ସହିବ ବୋଲି କୁହାଯାଇଛି । ତେବେ ଏହି ଅନୁପାତରେ ବିଜେପି  ବର୍ତ୍ତମାନ ପ୍ରରିପେକ୍ଷୀରେ ୪୧ ପ୍ରତିଶତ ଭୋଟ ପାଇବାକୁ ସକ୍ଷମ  । ସେହିପରି କଂଗ୍ରେସ ବା ଏହାର ମେଣ୍ଟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବାକୁ ଯାଉଥିବାବେଳେ ସ୍ୱାଧନ ଦଳ ଗୁଡ଼ିକୁ ୩୧ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେରେ ପ୍ରକାଶ ପାଇଛି  ।

Related Articles

Leave a Reply

Your email address will not be published.

Back to top button