ସଟଡାଉନରେ ଘରେ ବସି ମଗାନ୍ତୁ ମାଛ, ଚିକେନ୍, ଅଣ୍ଡା ଓ କ୍ଷୀର

ଭୁବନେଶ୍ୱର : ସଟଡାଉନ ବେଳେ ଘରେ ବସି ମଗେଇପାରିବେ କ୍ଷୀର ଓ ନନଭେଜ | ଏସବୁ ସୁବିଧା ଉପଲବ୍ଧ କେବଳ ରାଜଧାନୀବାସୀଙ୍କ ପାଇଁ | ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓମ୍‌ଫେଡ୍ , ଚିଲିକା ଫ୍ରେସ ଏବଂ ଓପେଲଫେଡ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି | କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସଟଡାଉନ ବେଳେ ଘରେ ବସି ମଗେଇପାରିବେ ମାଛ, ଚିକେନ୍ , ଅଣ୍ଡା ଓ କ୍ଷୀର ପାଇପାରିବେ | ଆସନ୍ତାକାଲିଠୁ ପ୍ରତି ଶନିବାର ଓ ରବିବାର ରାଜଧାନୀବାସୀଙ୍କୁ ଏହି ହୋମ୍ ଡେଲିଭରୀ ସୁବିଧା ଯୋଗାଇ ଦେବାକୁ ଚିଲିକାଫ୍ରେସ୍‌, ଓପେଲଫେଡ୍ ଓ ଓମଫେଡ୍ ପକ୍ଷରୁ ଯୋଗାଯୋଗ ନମ୍ବର ଜାରି କରାଯାଇଛି | ଅଣ୍ଡା, ମାଛ ଓ ଚିକେନ୍ ର ହୋମ୍ ଡେଲିଭରୀ ପାଇଁ ସର୍ବନିମ୍ନ ୪୯୯ଟଙ୍କା ଏବଂ କ୍ଷୀର ନିମନ୍ତେ ସର୍ବନିମ୍ନ ୧୦୦ଟଙ୍କାର ଅର୍ଡର କରିବାକୁ ପଡ଼ିବ | ମାଛ ଓ ଅଣ୍ଡାର ହୋମ୍ ଡେଲିଭରୀ ପାଇଁ ଗ୍ରାହକଙ୍କୁ ଅଧିକ ୫୦ ଟଙ୍କା ଓ କ୍ଷୀରର ହୋମ୍ ଡେଲିଭରୀ ପାଇଁ ୩୦ ଟଙ୍କା ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ | ଚିଲିକା ଫ୍ରେସରୁ ମାଛ ଅର୍ଡର କରିପାରିବେ – ସକାଳ ୭ଟାରୁ ୯ଟା ଏବଂ ଦିନ ୧ଟାରୁ ୩ଟା ମଧ୍ୟରେ | ଗ୍ରାହକଙ୍କୁ ହୋମ ଡେ଼ଲିଭରିର ସମୟ – ସକାଳ ୯ଟାରୁ ୧୨ଟା ଏବଂ ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ । ଶିରିପୁର – ୯୮୬୧୫୧୧୧୯୮। ସିଆରପି ଛକ – ୯୦୪୦୧୪୪୦୬୫। ଶହୀଦ ନଗର – ୮୨୪୯୫୯୯୭୩୩। ଏହି ୩ ଟି ଅଂଚଳର ନମ୍ବରରେ ଯୋଗାଯୋଗ କରି ତଟକା ମାଛର ହୋମ୍ ଡେଲିଭରୀ ସୁବିଧା ପାଇପାରିବେ |

ଶହୀଦ ନଗର ଓପଲେଫେଡ୍ କାଉଣ୍ଟର – ୮୪୮୦୨୨୬୦୮୬, ଆଇଆରସି ଭିଲେଜ ଓପଲେଫେଡ୍ କାଉଣ୍ଟର – ୯୪୩୯୩୪୯୫୨୧, ଓୟୁଏଟି କ୍ୟାମ୍ପସ ଓପଲେଫେଡ୍ କାଉଣ୍ଟର – ୭୮୭୩୦୦୯୬୧୯, ଚନ୍ଦ୍ରଶେଖରପୁର ଓପଲେଫେଡ୍ କାଉଣ୍ଟର – ୯୫୮୩୨୬୨୨୯
ଏହି ସବୁ ଓପଲେଫେଡ୍ କାଉଣ୍ଟର ସହ ଯୋଗାଯୋଗ କରି ଅଣ୍ଡା ଓ ଚିକେନ୍ ଅର୍ଡର କରି ହୋମ୍ ଡେଲିଭରିର ସୁବିଧା ନେଇପାରିବେ | କ୍ଷୀର ଓ ଅନ୍ୟ ଦୁଗ୍ଧଜାତ ଦ୍ରବ୍ୟ ନିମନ୍ତେ – ସକାଳ ୬ଟାରୁ ଅପରାହ୍ନ ୪ଟା ମଧ୍ୟରେ ଅର୍ଡର କରିପାରିବେ | ଓମଫେଡ୍ ପକ୍ଷରୁ ୪ଟି ମୋବାଇଲ ନମ୍ବର ଜାରି ହୋଇଛି । ସେ ନମ୍ବର ଗୁଡ଼ିକ ହେଲା ୯୪୩୭୧୩୧୯୪୯, ୯୪୩୯୭୧୮୧୫୧, ୭୦୦୮୨୬୭୨୭୬ ଓ ୯୪୩୯୯୨୩୬୮୯କୁ ଫୋନ୍ କିମ୍ବା ହ୍ୱାଟସଅପ ମାଧ୍ୟମରେ ଅର୍ଡର କରିହେବ ବୋଲି ଓମଫେଡ୍ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱିଗି ଆପ୍ ମାଧ୍ୟମରେ ବି ଓମଫେଡ୍ ସାମଗ୍ରୀର ଅର୍ଡର କରାଯାଇପାରିବ |

Related Articles

Leave a Reply

Your email address will not be published.

Back to top button