ମାସକର ଝିଅକୁ ବିକିଦେଲେ ବାପାମାଆ

ଭୁବନେଶ୍ବର: ପୁଅ, ବୋହୂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଜେଜେମାଆ । ୧ ମାସର ନାତୁଣିକୁ ଉଭୟ ବିକିଥିବା ନଚେତ୍ ମାରି ଦେଇଥିବା ଅଭିଯୋଗ ହୋଇଛି । ଭଣ୍ଡାରିପୋଖରୀ ଥାନା ବୟାଁବନାପୁର ଗାଁରେ ଅଭାବନୀୟ ଘଟଣା । କାଲି ବାପାମାଆ ଶିଶୁକନ୍ୟାକୁ ନେଇ ଭଣ୍ଡାରିପୋଖରୀ ହସ୍ପିଟାଲ ଆସିଥିଲେ । କିନ୍ତୁ ଶିଶୁକନ୍ୟାକୁ ନିଜ ସହ ନ ଆଣି ଖାଲି ହାତରେ ଘରକୁ ଫେରିଥିଲେ । ନାତୁଣୀ ବାବଦରେ ପଚାରିବାରୁ ଉଭୟ କିଛି ନ କହି ଓଲଟି ଗାଳିଗୁଲଜ କରିଥିଲେ । ଜେଜେମାଆର ଅଭିଯୋଗ ଆଧାରରେ ୩ ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button