ମାଗଣାରେ ବଣ୍ଟାଯିବ ଜାତୀୟ ପତାକା

ଭୁବନେଶ୍ବର:  ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ନିଜ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉଡ଼ାଇବାକୁ ଅପିଲ କରାଯାଇଛି । ରାଜ୍ୟ ସରକାର ମାଗଣାରେ ଜାତୀୟ ପତାକା ବାଣ୍ଟିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏନେଇ କେନ୍ଦ୍ର ସରକାର ଜାତୀୟ ପତାକା ଉଡ଼ାଇବାର କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇଦେବେ । ଏହାର ତିଆରି ଓ ବଣ୍ଟନ ଦାୟିତ୍ୱ ନେଇଛନ୍ତି ରାଜ୍ୟ ମିଶନ ଶକ୍ତିର ମା’ମାନେ । ମିଶନ ଶକ୍ତିର ମା’ମାନେ ୩୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିବା ସହ ଏନେଇ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି । ଏଥର ରାଜ୍ୟରେ କୋଭିଡ କଟକଣାକୁ ମାନି ସ୍ୱାଧୀନତା ଦିବସ ପାଳନ କରାଯିବ । ରାଜ୍ୟରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ିଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରର ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ପତାକା ଉତ୍ତୋଳନ କରାଯିବ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ୱାଧୀନତା ଦିବସ ପରେଡରେ ଅଂଶଗ୍ରହଣ କରିବେ ନାହିଁ।

Related Articles

Leave a Reply

Your email address will not be published.

Back to top button