ପୁଣି ଏକ ମାଈହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: କୁଲଡିହା ଅଭୟାରଣ୍ୟରେ ୧ବର୍ଷ ମଧ୍ୟରେ ୪ଟି ହାତୀର ମୃତ୍ୟୁ ଘଟିଥିବା ବେଳେ ପୁଣି ଶନିବାର ଦିନ ଆଉ ଏକ ମାଈହାତୀର ମୃତ୍ୟୁ ହେବା କୁଲଡିହା ବନବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯଦି ୧ବର୍ଷ ମଧ୍ୟରେ ୫ଟି ହାତୀର ମୃତ୍ୟୁ ହୁଏ, ତେବେ ଆଗାମୀ ଦିନରେ କୁଲଡିହା ଅଭୟାରଣ୍ୟ ରେ ହାତୀବଂଶ ଲୋପ ପାଇବା ନେଇ ପରିବେଶବିତ୍‌ମାନେ ଆଶଙ୍କା କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ କୁଲଡିହା ଅଭୟାରଣ୍ୟର ବାବନ୍ଧ ଫରେଷ୍ଟ ବିଟ୍ ଅଧିନସ୍ଥ ସିଆଡ଼ିମାଳ ପଂଚାୟତର କଦମଶୁଳ ପାଦଦେଶରେ ଏକ ମାଈହାତୀର ମୃତ ଦେହ ଗ୍ରାମବାସୀମାନେ ଦେଖିବାକୁ ପାଇଲା ପରେ କୁଲଡିହା ବନ ବିଭାଗକୁ ଖବର ଦେଇଥିଲେ । ପରେ କୁଲଡିହା ରେଞ୍ଜର ଅନନ୍ତ କୁମାର ଜେନା ଘଟଣା ବାବଦରେ ବାଲେଶ୍ୱର ଡି.ଏଫ.ଓ. ଆୟୁଷ ଜେନ କୁ ଜଣାଇଥିଲେ । ପରେ ଡି.ଏଫ.ଓ. ଶ୍ରୀଯୁକ୍ତ ଜୈନ, ଏ.ସି.ଏଫ.ଓ. ଶୋଭେନ ଦିଗତ ଚାନ୍ଦ, ରେଞ୍ଜର ଅନନ୍ତ ଜେନା, ପଂଚଲିଙ୍ଗେଶ୍ୱର ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ, ପଶୁ ଡାକ୍ତର ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରିଥିଲେ । ତେବେ ମାଈହାତୀର ମୃତ୍ୟୁକୁ ନେଇ ଏହା ବୟାସଧିକ ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଡି.ଏଫ.ଓ. ସୂଚନା ଦେଇଥିବା ବେଳେ କୁଲଡିହା ରେଞ୍ଜର ଅନନ୍ତ ଚରଣ ଜେନା ଗର୍ଭଜନିତ କାରଣରୁ ମୃତ୍ୟୁ ହୋଇଥିବାର ସୂଚନା ଦେଇଥିବା ବେଳେ ୨ ଅଧିକାରୀଙ୍କ ଭିନ୍ନ ଭିନ୍ନ ମତ ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ମୃତ ମାଈହାତୀର ବୟସ ୨୦ ରୁ ୨୫ ବର୍ଷ ହେବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ । ଏକ ବର୍ଷ ମଧ୍ୟରେ ୫ଟି ହାତୀର ମୃତ୍ୟୁକୁ ଯଦି ବନବିଭାଗ ହାତୀମାନଙ୍କ ପ୍ରତି ତୀକ୍ଷଣ ଦୃଷ୍ଟି ନ ଦିଅନ୍ତି, ଆଗାମୀ ଦିନରେ ହାତୀବଂଶ ଲୋପ ପାଇବ ବୋଲି ପରିବେଶବିତମାନେ ଚିନ୍ତାପ୍ରକଟ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button