ଖରା ପାଇଁ ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ

ଭୁବନେଶ୍ବର  : ପ୍ରଚଣ୍ଡ ଖରା ପାଇଁ ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ କରାଯାଇଛି। ଦଶମ, ଦ୍ବାଦଶ ପିଲାଙ୍କ ପାଇଁ ସ୍କୁଲ ସମୟ ପରିବର୍ତ୍ତନ କରିଛି ଗଣଶିକ୍ଷା ବିଭାଗ। ଦଶମ, ଦ୍ବାଦଶ ପିଲାଙ୍କର ସକାଳ ୮ଟାରୁ ୧୨ଟା ପର୍ୟ୍ୟନ୍ତ କ୍ଲାସ୍‌ ହେବ। ପୂର୍ବରୁ ସକାଳ ୯ଟାରୁ ୧ଟା ପର୍ୟ୍ୟନ୍ତ ହେଉଥିଲା କ୍ଲାସ। ନବମ, ଏକାଦଶ ପିଲାଙ୍କ କ୍ଲାସ ଟାଇମ୍‌ ଅପରିବର୍ତ୍ତିତ ରହିଛି। ସକାଳ ୭ଟାରୁ ୯ଟା ଯାଏଁ ପଢ଼ିବେ ନବମ, ଏକାଦଶ ପିଲା।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୨୬ ତାରିଖରେ ଗତ ୧ରୁ ସ୍କୁଲ ସକାଳୁଆ କରିବାକୁ ଘୋଷଣା କରିଥିଲେ । ସକାଳ ୭ଟାରୁ ୯ଟା ନବମ ଓ ଏକାଦଶ ଏବଂ ୯ଟାରୁ ୧ଟା ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଥିଲା । ନବମ ଓ ଏକାଦଶଙ୍କ ସମୟ ଠିକ୍‌ ଥିବାବେଳେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ଦ୍ୱିପହରେ ଖରାରେ ଘରକୁ ଫେରୁଥିଲେ । ତାତିରେ ସ୍କୁଲରୁ ଫେରିବା ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବ ଏବଂ ଅଂଶୁଘାତ ହେବାର ସମ୍ଭାବନା ରହିଛି ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓ ଅଭିଭାବକ ସଂଘ ପକ୍ଷରୁ କୁହାଯାଇଥିଲା । ଏହା ସହ ସମୟକୁ ପରିବର୍ତ୍ତନ କରିବାକୁ ମଧ୍ୟ ଦାବି କରାଯାଇଥିଲା । ଏସବୁକୁ ଦୃଷ୍ଟିରେ ରଖି ବିଭାଗ ସ୍କୁଲ ସମୟ ବଦଳାଇଛି ।

Related Articles

Leave a Reply

Your email address will not be published.

Back to top button