କଲରାପତରିଆ ବାଘ ମଙ୍ଗଳର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଦିନ ଏକ କଲରାପତରିଆ ଅଣ୍ଡିରା ବାଘର ମୃତୁଞଘଟିଛି । ତା’ର ନାଁ ହେଉଛି ମଙ୍ଗଳ । ଏହି ବାଘ ୬ବର୍ଷର ହୋଇଥିଲାବେଳେ ୨୦୧୨ରେ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଚଣ୍ଡିଗଡ଼ରୁ ନନ୍ଦନକାନନକୁ ଆସିଥିଲା । କିଛି ଦିନ ହେବ ସେ ଜ୍ୱରରେ ଆକ୍ରାନ୍ତ ଥିଲା । ଖିଆପିଆ କରୁନଥିଲା । ନନ୍ଦନକାନନ ପଶୁ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା । ହେଲେ ତା’ର ସ୍ୱାସ୍ଥ୍ୟରେ ଉନ୍ନତି ନଘଟିବାରୁ ଏହି ୧୬ବର୍ଷିୟ କଲରାପତରିଆ ଅଣ୍ଡିରା ବାଘ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲା । ସେ ୧୯ନମ୍ବର ପଛପଟ ଖୁଅଡ଼ ମଧ୍ୟରେ ରହୁଥିଲା । ଅସୁସ୍ଥତା ଯୋଗୁ ମଙ୍ଗଳକୁ ଏକ ଯନ୍ତା ସାହାଯ୍ୟରେ ଖୁଆଡ଼ରୁ ବାହାର କରି ନନ୍ଦନକାନନ ଭେଟନାରୀରେ ଥିବା ଏକ ସ୍ୱତନ୍ତ୍ର କୋଠରୀରେ ରଖି ଚିକିତ୍ସା କରାଯାଉଥିଲା । ତା’ର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଥିଲା । ଆଣ୍ଟିବାୟୋଟିକ ମେଡିସିନ ମଧ୍ୟ ଦିଆଯାଉଥିଲା । ଭେଟନାରୀରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା । ବ୍ୟବଛେଦ କରାଯିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟହେବ ବୋଲି ସୂଚନା ମିଳିଛି । କଲରା ପତରିଆ ବାଘର ମୃତ୍ୟୁ ପରେ ବାଘସଂଖ୍ୟା ୫କୁ ଖସି ଆସିଛି ।

Related Articles

Leave a Reply

Your email address will not be published.

Back to top button