ଓଡ଼ିଆ ପୁଅ ଗିରିଶ ମୁର୍ମୁ ଜାତିସଂଘ ପ୍ୟାନେଲର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଓଡ଼ିଶାର ମୂଳ ବାସିନ୍ଦା ତଥା ଏବେ ଭାରତର ସିଏଜି ଭାବେ କାର୍ଯ୍ୟରତ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ୨୦୨୧ ମସିହା ପାଇଁ ଜାତିସଂଘର ଏକ୍ସଟରନାଲ ଅଡିଟରସ ପ୍ୟାନେଲର ଚେୟାରମ୍ୟାନ ଭାବେ ପୁନଃ ନିଯୁକ୍ତି ମିଳିଛି । ଏହି ପ୍ୟାନେଲରେ ୧୩ଟି ଦେଶ ସଦସ୍ୟ ଅଛନ୍ତି  ।ସେଗୁଡ଼ିକ ହେଲେ ଭାରତ, ଜର୍ମାନୀ, ଚିଲି, କାନାଡା, ଚୀନ, ବି୍ରଟେନ, ଫ୍ରାନ୍ସ, ଫିଲିପାଇନ୍ସ, ସ୍ୱିଜର ଲ୍ୟାଣ୍ଡ, ଇଟାଲୀ, ଘାନା, ଇଣ୍ଡୋନେସିଆ, କାନାଡା ଏବଂ ରୁଷ । ମୁର୍ମୁଙ୍କୁ ଗତ ବର୍ଷ ମଧ୍ୟ ଏହି ପ୍ୟାନେଲର ଅଧ୍ୟକ୍ଷ ନିଯୁକ୍ତି ମିଳିଥିଲା । ଶ୍ରୀଯୁକ୍ତ ମୁର୍ମୁ ଏବେ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଖାଦ୍ୟ ଓ କୃଷି ସଂଗଠନର ବାହ୍ୟ ସମୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ।

Related Articles

Leave a Reply

Your email address will not be published.

Back to top button