ଆତ୍ମହତ୍ୟା କଲେ ବିଚାରପତି

କଟକ : ଦିନକୁ ଦନି ବଢୁଛି ଆତ୍ମହତ୍ୟା ସଂଖ୍ୟା । ଆଜ ଜଣେ ବିଚାରପତି ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସିଡିଏ ସେକ୍ଟର-୯ରେ । ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ କଟକ ସିଡିଏ ସେକ୍ଟର-୯ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।ସୂଚନା ଅନୁସାରେ ବିଚାରପତି ସୁବାସ କୁମାର ବିହାରୀଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ସହକର୍ମୀଙ୍କ କହିବା ଅନୁସାରେ ବିଚାରପତି ସୁବାସ କୁମାର ଗତ ଦୁଇ ଦିନ ଧରି ଛୁଟିରେ ଥିଲେ । ଆଜି ତାଙ୍କର ଛୁଟି ଶେଷ ହେଉଥିଲେ ବି ସେ ପୁଣିଥରେ ଛୁଟି ବଢାଇଥିଲେ । ତେବେ ଏବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତାଙ୍କ ଭଳି ବ୍ୟକ୍ତିତ୍ୱକୁ ହରାଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି ।