୬ ମାସ ବଢ଼ିଲା ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପାଇଛି । ଚଳିତ ମାସରେ ସେ ଅବସର ଗ୍ରହଣ କରିଥା’ନ୍ତେ । ତେଣୁ ପରବର୍ତୀ ମୁଖ୍ୟ ଶାସନ ସଚିବ ପଦବୀକୁ ନେଇ ବାବୁମହଲରେ ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି କେନ୍ଦ୍ର ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରକୁ ଆବେଦନ କରାଯାଇଥିଲା । କେନ୍ଦ୍ର ସରକାର ଆଜି ଏନେଇ ଅନୁମତି ଦେଇଛନ୍ତି । ଫଳରେ ଶ୍ରୀ ମହାପାତ୍ର ୨୦୨୩ ଫେବୃଆରୀ ୨୮ ପର୍ଯ୍ୟନ୍ତ ସେ ନିଜ ଦାୟିତ୍ୱରେ ରହିପାରିବେ । ଏହା ସହ ପରବର୍ତୀ ମୁଖ୍ୟ ସଚିବ ପଦବୀକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଚଳିତ ବର୍ଷ ଫେବୃଆରୀରେ ବି ତାଙ୍କର କାର୍ଯ୍ୟକାଳ ଥରେ ବୃଦ୍ଧି ପାଇଥିଲା । ଦୁଇ ଦୁଇ ଥର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।