୧୦ରେ ନବୀନଙ୍କ ନୂଆପଡ଼ା ଗସ୍ତ

ନୂଆପଡା: ଆସନ୍ତା ମାର୍ଚ୍ଚ ୧୦ରେ ନୂଆପଡ଼ା ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ନୂଆପଡ଼ାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଶାସକ ଓ ପ୍ରଶାସନ ସବୁଠି ତତ୍ପରତା ଦେଖା ଦେଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଜିଲ୍ଲାର ଜଳ ସମ୍ପଦ, ପଞ୍ଚାୟତିରାଜ ଓ ପାନୀୟ ଜଳ, ପୂର୍ତ୍ତ ଓ ଗୃହ ନିର୍ମାଣ, ସହରାଞ୍ଚଳ ବିକାଶ, ଶିକ୍ଷା, ଜଙ୍ଗଲ ପରିବେଶ ବିଭାଗରେ ପ୍ରାୟ ୪ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନକୁ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଜିଲ୍ଲା ମୁଖ୍ୟାଳୟ ଓ ଖଡିଆଳଠାରେ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି ।

Related Articles

Leave a Reply

Your email address will not be published.

Back to top button