‘ସୂର୍ୟ୍ୟକିରଣ’ ଟିମ୍‌ର ଜଲୱା

ଭୁବନେଶ୍ୱର:  ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ୟ୍ୟକିରଣ’  ଟିମ୍‌। ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ଏଥିନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ। ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟକ୍ରମ ଅନୁଯାୟୀ, ପୂର୍ବାହ୍ନ ୧୦ଟା ପରେ ରାଜଧାନୀ ଆକାଶରେ ଦେଖିବାକୁ ମିଳିଥିଲା ବାୟୁସେନାର ଚିତ୍ତାକର୍ଷକ ଶୋ’ । ୯ଟି ହକ୍ ବିମାନରେ ଭଳିକି ଭଳି ଦୁଃସାହସିକ କ୍ରୀଡ଼ା କୌଶଳ ଦେଖାଇଲେ ବାୟୁ ବୀର। ଆକାଶ ମାର୍ଗରେ ସାହସିକ ପ୍ରଦର୍ଶନ ଦେଖାଇଛି ଏରୋବେଟିକ୍ ଟିମ୍‌ । ଏକାସାଙ୍ଗରେ ଆକାଶରେ ଉଡ଼ିଥିଲା ୯ଟି ହକ୍ ଲଢୁଆ ବିମାନ। ରାଜଧାନୀ ଆକାଶରେ ଶୁଭୁଥିଲା ଲଢ଼ୁଆ ବିମାନର ଗର୍ଜନ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟପାଳ ଗଣେଶ ଲାଲ ବାୟୁସେନାର ଏହି ଚିତ୍ତାକର୍ଷକ ଶୋ’ ଦେଖିବାକୁ କୁଆଖାଇ ବାଲିଯାତ୍ରା ପଡ଼ିଆରେ ଉପସ୍ଥିତ ଥିଲେ। ତେବେ ଏହି କାର୍ୟ୍ୟକ୍ରମ ଦେଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବାର କାର୍ୟ୍ୟକ୍ରମ ଥିବା ବେଳେ ସେ କିନ୍ତୁ ଆସି  ନ ଥିବା ଜଣାଯାଇଛି।

Related Articles

Leave a Reply

Your email address will not be published.

Back to top button