ଝାରପଡ଼ା ଜେଲରେ ଅଞ୍ଜନା ମିଶ୍ର

୧୧ ଜଣଙ୍କ ଭିତରୁ ବିବନଙ୍କୁ ଚିହ୍ନିବେ ଅଞ୍ଜନା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ୨୨ ବର୍ଷ ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳର ଟିଆଇ ପରେଡ ହେବ  ଏଥିଲାଗି ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ ସିବିଆଇ କୋର୍ଟ ତଦନ୍ତକାରୀ ଅଧିକାରୀଙ୍କ ଆବେଦନ ଉପରେ ଅନୁମତି ପ୍ରଦାନ କରିଥିଲେ । ଝାରପଡ଼ା ଜେଲ ପରିସରରେ ଥିବା ହଲ ଭିତରେ ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ଉପସ୍ଥିତିରେ ଏହି ଟିଆଇ ପରେଡ଼ ହେବ । ଇତିମଧ୍ୟରେ ଅଞ୍ଜନା ମିଶ୍ର ଜେଲ ପରିସରରେ ପହଁଚି ସାରିଛନ୍ତି 

ମିଳିଥିବା ସୂଚନା ଅନୁସାରେ ବିବନ ସହ ୧୦ ଜଣ କଏଦୀଙ୍କୁ ଏକାଠି ଗୋଟିଏ ଧାଡ଼ିରେ ଛିଡା କରାଯିବ । ସେହି ୧୦ ଜଣଙ୍କ ଉଚ୍ଚତା ଓ ଶାରିରୀକ ଗଠନ ପାଖାପାଖି ବିବନ ଭଳି ରହିଥିବ । ଖାଲି ସେତିକି ନୁହେଁ ଆନୁମାନିକ ବୟସ ମଧ୍ୟ ପାଖାପାଖି ହୋଇଥିବ । ସେହି ସମୟରେ ମାଜିଷ୍ଟ୍ରେଟ ଓ ଜେଲର ଜଣେ ଅଧିକାରୀ ଉପସ୍ଥିତ ରହିବେ । ଅନ୍ୟ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ । ପୀଡ଼ିତା ଧାଡ଼ିରେ ଛିଡ଼ା ହୋଇଥିବା କଏଦୀଙ୍କ ଭିତରୁ ଜଣଙ୍କୁ ଚିହ୍ନଟ କରିବେ । ଏହାର କାଗଜପତ୍ର ମଧ୍ୟ ରହିବ । ଯେଉଁ ଜେଲ ଅଧିକାରୀ ଉପସ୍ଥିତ ଥିବେ ସେ ଏଥିରେ ଦସ୍ତଖତ କରିବେ । କୋର୍ଟରେ ଯେତେବେଳେ ମାମଲାର ବିଚାର ପ୍ରକି୍ରୟା ଆରମ୍ଭ ହେବ ଜେଲ ଅଧିକାରୀ ସେହି ସମୟରେ ଉପସ୍ଥିତ ରହି ସାକ୍ଷ୍ୟ ପ୍ରଦାନ କରିବେ । ଅନ୍ୟ ପକ୍ଷରେ ମାମଲାର ଅଧିକ ତଦନ୍ତ ଲାଗି ସିବିଆଇ ପକ୍ଷରୁ ବିବନର ୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button