କଳାବଜାରୀଙ୍କ ଉପରେ ମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ବର: ମହାନଦୀରେ ବନ୍ୟା କମିବା ପରେ ବଢିଛି ଦୁର୍ଦ୍ଦଶା । ବନ୍ୟାପରେ ଅନେକ ଅଞ୍ଚଳ ପାଣି ଘେରରେ ରହିଥିବା ବେଳେ ପରିବା ଚାଷ ମଧ୍ୟ ନଷ୍ଟ ହୋଇଛି । ଫଳରେ ରାଜ୍ୟରେ ବଢିଛି କଳାବଜାରି । ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ନିତ୍ୟ ବ୍ୟବହାର୍ୟ୍ୟ ଦ୍ରବ୍ୟ ଗୁଡିକର ମୂଲ୍ୟ ମଧ୍ୟ ବୃଦ୍ଧି ହୋଇଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଖାଉଟି । ତେବେ ବନ୍ୟା ଭଳି ବିପଦ ସମୟରେ ଜାଣିଶୁଣି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ କରାଯିବା ନେଇ କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ । ଏନେଇ ମନ୍ତ୍ରୀ କହିଛନ୍ତି, “ଦରଦାମ ବୃଦ୍ଧି ଏକ ଜାତୀୟ ସମସ୍ୟା ଭଳି ଉଭା ହୋଇଛି, କିନ୍ତୁ ବନ୍ୟାକୁ ଦେଖି ଯେଉଁମାନେ ଦରଦାମ ବୃଦ୍ଧି କରୁଛନ୍ତି ସେମାନଙ୍କ ଉପରେ ଦୃଷ୍ଟି ଦେବାକୁ ବିଭାଗର ଇଣ୍ଟେଲିଜେନ୍ସ ଉଇଙ୍ଗ୍ସ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ କଳାବଜାରୀ ରହିଛନ୍ତି ସେମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି” ।

Related Articles

Leave a Reply

Your email address will not be published.

Back to top button