‘ହରଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ଆଜାଦୀ କୀ ଅମୃତ ମହୋତ୍ସବ ଅନ୍ତର୍ଗତ ‘ହରଘର୍ ତ୍ରିରଙ୍ଗା’ ଅଭିଯାନର ଆଜି ଆରମ୍ଭ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହ ପତ୍ନୀ ସୋନଲ ଶାହଙ୍କ ସହ ସକାଳେ ଦିଲ୍ଲୀସ୍ଥିତ ନିଜ ସରକାରୀ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଅଭିଯାନର ଔପଚାରିକ ଶୁଭାରମ୍ଭ ହୋଇଯାଇଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ତାଙ୍କ ପତ୍ନୀ ମଲ୍ଲିକା ନଡ୍ଡା ଦିଲ୍ଲୀସ୍ଥିତ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ଏହି ଅବସରରେ ନଡ୍ଡା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶରେ ଆଜାଦୀ କୀ ଅମୃତ ମହୋତ୍ସହ ଅଧୀନରେ ହର ଘର ତ୍ରିରଙ୍ଗା ଉଡ଼ାଯାଉଛି । ଏହି ଅଭିଯାନକୁ ସଫଳତ କରିବା ପାଇଁ ନଡ୍ଡା ସମସ୍ତ ଦେଶବାସୀଙ୍କୁ ନିବେଦନ କରିଥିଲେ । ଏହି ଅଭିଯାନ ଅବସରରେ ଅଗଷ୍ଟ ୧୩ରୁ ୧୫ ତାରିଖ ମଧ୍ୟରେ ୨୦ କୋଟି ଘରେ ତ୍ରିରଙ୍ଗା ଉଡ଼ାଇବାର ଲକ୍ଷ୍ୟ ରଖାଯାଇଛି । ହର ଘର ତ୍ରିରଙ୍ଗା ଅଭିଯାନରେ ଆଇଟିପିବି ପକ୍ଷରୁ ଲଦାଖ୍‌ରେ ୧୮,୪୦୦ ଫୁଟ ଉଚ୍ଚରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍‌ମା ଗୁଆହାଟୀରେ ତ୍ରିରଙ୍ଗା ପ୍ରଭାତଫେରୀରେ ଭାଗ ନେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button