ସୀତାରାମ ୟେଚୁରୀଙ୍କ ପୁଅଙ୍କ ପରଲୋକ

ନୂଆଦିଲ୍ଲୀ:ଯେତିକି ସମୟ ଗଡୁଛି, ସଂକ୍ରମିତ ତାଲିକା ସେତିକି ଲମ୍ବୁଛି । କରୋନା ମାନଚିତ୍ରର ରଙ୍ଗ ଧୀରେ ଧୀରେ ବଦଳିବାରେ ଲାଗିଛି । ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ସିପିଆଇ(ଏମ)ର ବରିଷ୍ଠ ନେତା ସୀତାରାମ ୟେଚୁରୀଙ୍କ ବଡ ପୁଅ ଆଶିଷ ୟେଚୁରୀଙ୍କର କୋଭିଡରେ ପରଲୋକ ଘଟିଛି। ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ପୁଅର ମୃତ୍ୟୁ ସଂପର୍କରେ ଟ୍ୱିଟ୍‍ କରି ଜଣାଇଛନ୍ତି ସୀତାରାମ ୟେଚୁରୀ। ସେ କହିଛନ୍ତି, ଅତ୍ୟନ୍ତ ଦୁଃଖର ସହିତ ଜଣାଉଛି ଯେ କୋଭିଡରେ ଆକ୍ରାନ୍ତ ହୋଇ ମୋ ବଡପୁଅର ମୃତ୍ୟୁ ଘଟିଛି। ଯେଉଁମାନେ ପୁଅର ଚିକିତ୍ସା କରିଛନ୍ତି, ଦେଖାଶୁଣା କରିଛନ୍ତି, ସେହି ଡାକ୍ତର, ନର୍ସ, ପରିମଳ କର୍ମଚାରୀ ଏବଂ ଅନ୍ୟମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

Related Articles

Leave a Reply

Your email address will not be published.

Back to top button