ପଦ୍ମ ପୁରସ୍କାର ପାଇଁ ପୋର୍ଟାଲ ଉନ୍ମୋଚିତ

ସେପ୍ଟେମ୍ବର ୧୫ ସୁଦ୍ଧା ଆବେଦନ

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟକ୍ତବିଶେଷ ଓ ସଂଗଠନଗୁଡିକୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ୨୦୨୩ରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ’କୁ କାର୍ଯ୍ୟକ୍ଷମ କରାଯାଇଛି । ଏଣିକି ପଦ୍ମ ପୁରସ୍କାର ପାଇବାକୁ ଯୋଗ୍ୟ ମନେ କରୁଥିବା ବ୍ୟକ୍ତିମାନେ ‘ଙ୍ଗଙ୍ଗଙ୍ଗ.ବଙ୍ଗବକ୍ସୟଗ୍ଦ.ଶକ୍ଟଙ୍ଖ.ସଦ୍ଭ’ ନାମକ ଏହି ପୋର୍ଟାଲ ଜରିଆରେ ନାମ ପଞ୍ଜୀକରଣ କରିବାକୁ ପଡିବ । ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୫ ଧାର୍ଯ୍ୟ କରାଯାଇଛି । ପଦ୍ମ ପୁରସ୍କାର ବ୍ୟତୀତ ରାଷ୍ଟ୍ରୀୟସ୍ତରର ଅନ୍ୟ ପୁରସ୍କାର ଯଥା ‘ନ୍ୟାସନାଲ ଗୋପାଳ ରତ୍ନ ପୁରସ୍କାର’, ‘ନ୍ୟାସନାଲ ଆୱାର୍ଡ ଫର୍ ସିନିୟର ସିଟିଜେନ୍‌’, ‘ନ୍ୟାସନାଲ ଆୱାର୍ଡ ଫର୍ ଇଣ୍ଡିଭିଜୁଆଲ ଏକ୍ସଲେନ୍ସ’, ‘ନାରୀ ଶକ୍ତି ଆୱାର୍ଡ’, ସୁବାସ ଚନ୍ଦ୍ର ବୋଷ ଆପଦ ପ୍ରବୋଧନ ପୁରସ୍କାର’ ପାଇଁ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ ନାମ ପଞ୍ଜୀକରଣ କରିବାକୁ ପଡିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଥାଏ ।

Related Articles

Leave a Reply

Your email address will not be published.

Back to top button