ନରେନ୍ଦ୍ର ମୋଦୀ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋନୀ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ଉଭା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନେସ୍‌ଙ୍କ ପରି ନେତାଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି । ମର୍ଣ୍ଣିଂ କନ୍‌ସଲ୍ଟ ପଲିଟିକାଲ୍ ଇଣ୍ଟେଲିଜେନ୍ସ ଦ୍ୱାରା ଜାରି ଗ୍ଲୋବାଲ୍ ଆପ୍ରୁଭାଲ୍ ରେଟିଂ ଅନୁସାରେ ମୋଦୀଙ୍କୁ ବିଶ୍ୱର ୭୫ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ମର୍ଣ୍ଣିଂ କନ୍‌ସଲ୍ଟ ପଲିଟିକାଲ୍ ଇଣ୍ଟେଲିଜେନ୍ସ ଜାରି ଏହି ରିପୋର୍ଟ ୨୦୨୨ ଅଗଷ୍ଟ ୧୭ରୁ ୨୩ ମଧ୍ୟରେ ଏକତ୍ର କରାଯାଇଥିବା ତଥ୍ୟ ଉପରେ ଆଧାରିତ । ଏହି ରିପୋର୍ଟର ଦ୍ୱିତୀୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡର୍ ରହିଛନ୍ତି । ତାଙ୍କୁ ୬୮ ପ୍ରତିଶତ ଲୋକ ଭୋଟ୍ କରିଛନ୍ତି । ୫୮% ଲୋକଙ୍କ ପସନ୍ଦ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନେସ୍‌ଙ୍କୁ ତୃତୀୟ ସ୍ଥାନ ମିଳିଛି । ସୂଚନାଯୋଗ୍ୟ ଏହି ଗ୍ଲୋବାଲ୍ ଲିଡର୍ ଆପ୍ରୁଭାଲ୍ ରେଟିଂ ପ୍ରତ୍ୟେକ ଦେଶରେ ୭ ଦିନ ଧରି ଚାଲିଥାଏ । ଏଥିରେ ବୟସ୍କ ବ୍ୟକ୍ତି ଭୋଟ୍ ଦେଇଥାନ୍ତି । ଏହାର ସାମ୍ପଲ୍ ଭିନ୍ନ ଭିନ୍ନ ହୋଇଥାଏ । ଉଲ୍ଲେଖଯୋଗ୍ୟ, ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସବୁଠୁ ଲୋକପ୍ରିୟ ନେତା ଭାବେ ମନୋନୀତ କରାଯାଇ ନାହିଁ । ପୂର୍ବରୁ ୨୦୨୦ରେ ସେ ୮୪% ଲୋକପ୍ରିୟତା ସହ ତାଲିକାର ପ୍ରଥମ ସ୍ଥାନରେ ରହିଥିଲେ । ୨୦୨୧ରେ ପୁଣିଥରେ ତାଙ୍କୁ ସବୁଠୁ ଲୋକପ୍ରିୟ ଏବଂ ଚର୍ଚ୍ଚିତ ନେତାର ସ୍ଥାନ ମିଳିଥିଲା । ଏହା ବ୍ୟତୀତ ଚଳିତ ବର୍ଷ ଜାନୁଆରୀ ୧୩ରୁ ୧୯ ତାରିଖ ମଧ୍ୟରେ ସେ ୭୧% ଲୋକଙ୍କ ପସନ୍ଦ ସହ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ରହିଥିଲେ । ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ମର୍ଣ୍ଣିଂ କନ୍‌ସଲ୍ଟ’ ପ୍ରତ୍ୟେକ ଦେଶର ବୟସ୍କ ନାଗରିକଙ୍କ ମଧ୍ୟରେ ସର୍ଭେକରି ଏହି ରେଟିଂ ପ୍ରସ୍ତୁତ କରିଥାଏ । ଜାନୁଆରୀରେ ହୋଇଥିବା ଗତ ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ସବୁଠୁ ଅଧିକ ଥିଲା ।

Related Articles

Leave a Reply

Your email address will not be published.

Back to top button