ଚନ୍ଦ୍ରଯାନ -୩ର ସଫଳତା ପଛରେ ନାରୀଶକ୍ତି ରହିଛନ୍ତି:ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସ୍ବପ୍ନ ଓ ପ୍ରୟାସ ବଡ । ଚନ୍ଦ୍ରଯାନ ୩ରେ ସଫଳତା ମିଳିଛି । ସମସ୍ତଙ୍କ ପ୍ରୟାସରେ ଏହି ସଫଳତା ମିଳିଛି । ଏହି ସଫଳତା ନୂଆ ଭାରତର ପ୍ରତୀକ ଚନ୍ଦ୍ରଯାନ ୩ର ସଫଳତା ପଛରେ ନାରୀଶକ୍ତି ରହିଛନ୍ତି । ସଂକଳ୍ପର ସୂର୍ୟ୍ୟ ଆଜି ଚାନ୍ଦରେ ଓହ୍ଲାଇଛି । ଜି ୨୦ ସମ୍ମିଳନୀ ପାଇଁ ଭାରତ ପ୍ରସ୍ତୁତ ରହିଛି । ମାସିକ ରେଡିଓ କାର୍ୟ୍ୟକ୍ରମ ମନ୍ କି ବାତର ୧୦୪ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇସ୍ରୋର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ ୩ର ସଫଳତାକୁ ମନ୍ କି ବାତ କାର୍ୟ୍ୟକ୍ରମରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଚନ୍ଦ୍ରଯାନ ୩ ସଫଳତା ପଛରେ ଥିବା ମହିଳା ବ୍ରିଗେଡ ତଥା ନାରୀଶକ୍ତିର ହାତ ରହିଛି । ଚନ୍ଦ୍ରକୁ ଚନ୍ଦ୍ରଯାନରେ ପହଞ୍ଚିବାକୁ ୩ଦିନରୁ ଅଧିକ ହେଲାଣି । ଚନ୍ଦ୍ରଯାନର ସଫଳତା ଆନନ୍ଦ ଉଲ୍ଲାସକୁ ବଢାଇ ଦେଇଛି । ଏହାର ଯେତେ ଚର୍ଚ୍ଚା କଲେ କମ ହେବ । ଅଗଷ୍ଟ ୨୩ରେ ଭାରତ ଓ ଚନ୍ଦ୍ରଯାନ ଏହା ପ୍ରମାଣ କରିଛି କି ସଂକଳ୍ପର ସୂର୍ୟ୍ୟ ଚାନ୍ଦରେ ମଧ୍ୟ ଓହ୍ଲାଇଥାଏ । ମିଶନ ଚନ୍ଦ୍ରଯାନ ନୂଆ ଭାରତର ସେହି ପ୍ରତୀକ ଯାହା ଜିତିବା ଜାଣିଥାଏ । ଏହି ମିଶନରେ ନାରୀଶକ୍ତିର ଅପୂର୍ବ ଭୂମିକା ରହିଛି । ମହିଳା ଶକ୍ତି ଥିଲେ ଅସମ୍ଭବ ସମ୍ଭବ ହୋଇଥାଏ । ଏହି ମିଶନ ଚନ୍ଦ୍ରଯାନ ନାରୀଶକ୍ତିର ଜୀବନ୍ତ ଉଦାହରଣ । ଏହି ପୂରା ମିଶନରେ ଅନେକ ମହିଳା ବୈଜ୍ଞାନିକ ଯୋଡି ହୋଇ ରହିଥିଲେ । ଏହି ଦେଶର ଝିଅ ଯେବେ ଏତେ ଆକାଂକ୍ଷା ଭାରା ହୋଇଯିବେ ତେବେ ଦେଶକୁ ବିକଶିତ ହେବାକୁ କିଏ ରୋକିପାରିବେ ନାହିଁ । ଆଜି ଆମ ସ୍ବପ୍ନ ଓ ପ୍ରୟାସ ବଡ ଥିବାରୁ ଆମେ ଉଚ୍ଚ ଲମ୍ପ ମାରିଛୁ ।’

Related Articles

Leave a Reply

Your email address will not be published.

Back to top button