ଆମେ କୌଣସି ଶିଶୁକୁ ହତ୍ୟା କରିପାରିବୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୬ ସପ୍ତାହର ଗର୍ଭ ସମାପ୍ତି ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଆମେ କୌଣସି ଶିଶୁକୁ ହତ୍ୟା କରିପାରିବୁ ନାହିଁ। ଆମକୁ ଜନ୍ମିତ ଶିଶୁର ଅଧିକାର ଏବଂ ମାତାର ଅଧିକାର ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଆବଶ୍ୟକ ରହିଛି। ଶୁଣାଣି ସମୟରେ କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ ପଚାରିଛନ୍ତି ଯେ, ଆପଣ ଚାହୁଁଛନ୍ତି କି ଆମେ ଏମ୍ସ ଡାକ୍ତରମାନଙ୍କୁ ଭ୍ରୁଣର ହୃଦସ୍ପନ୍ଦନ ବନ୍ଦ କରିବାକୁ କୁହିବୁ। ଯାହାର ଉତ୍ତରରେ ଓକିଲ ‘ନା’ କହିଛନ୍ତି ସେତେବେଳେ ବେଞ୍ଚ କହିଛନ୍ତି ଯେତେବେଳେ ମହିଳା ୨୪ ସପ୍ତାହରୁ ଅଧିକ ସମୟ ଅପେକ୍ଷା କରିଛନ୍ତି, ତେବେ ସେ କ’ଣ ଆଉ କିଛି ସପ୍ତାହ ଭ୍ରୁଣକୁ ରଖିପାରିବେ ନାହିଁ, ଯାହା ଦ୍ୱାରା ଏକ ସୁସ୍ଥ ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଶୁକ୍ରବାର ଅର୍ଥାତ୍‌ ଅକ୍ଟୋବର ୧୩ରେ ଏହି ମାମଲାର ଶୁଣାଣି ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button