ଆସନ୍ତାକାଲି ତ୍ରିପୁରା ବିଧାନସଭା ପାଇଁ ଭୋଟ ଗ୍ରହଣ

ନୂଆଦିଲ୍ଲୀ: ତ୍ରିପୁରା ବିଧାନସଭାର ୬୦ଟି ଆସନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ନିର୍ବାଚନ ପ୍ରଚାର ଶେଷ ହୋଇଛି । ରାଜ୍ୟରେ ୬୦ଟି ବିଧାନସଭା ଆସନରେ ମୋଟ ୨୫୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପି ପୁଣିଥରେ କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡିଥିବା ବେଳେ ଏଥର ବିରୋଧୀ ବାମପନ୍ଥୀ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଉହ୍ଲାଇଛି   । ସେପଟେ ତ୍ରିପୁରା ରାଜପରିବାରର ବଂଶଧର ପ୍ରଦ୍ୟେତ ବିକ୍ରମ ମାଣିକ୍ୟ ଦେବବର୍ମନଙ୍କ ନୂଆ ପାର୍ଟି ତିପରା ମୋଥା ପ୍ରଥମଥର ନିର୍ବାଚନରେ ପ୍ରାର୍ଥୀ ଦେଇଛି । ଏହି କାରଣରୁ ବିଜେପି ଆଗରେ ବାମଦଳ ଓ କଂଗ୍ରେସର ମେଣ୍ଟ ସହ ତିପରା ମୋଥା ପାର୍ଟି ମଧ୍ୟ ପ୍ରଚୀର ହୋଇ ଠିଆ ହୋଇଛି । ତ୍ରିପୁରା ବିଧାନସଭାର ମୋଟ ୬୦ ଆସନ ମଧ୍ୟରୁ ବିଜେପି ୫୫ଟି ରେ ପ୍ରାର୍ଥୀ ଦେଇଥିବା ବେଳେ ପୂର୍ବ ସହଯୋଗୀ ଆଇପିଏଫଟିକୁ ୫ଟି ଆସନ ଛାଡିଛି । ସେହିଭଳି କଂଗ୍ରେସ ଓ ବାମଦଳ ମଧ୍ୟରେ ହୋଇଥିବା ଆସନ ବୁଝାମଣା ମୁତାବକ ବାମଦଳ ୪୩ଟି କଂଗ୍ରେସ ୧୩, ସ୍ୱାଧୀନ ପ୍ରାର୍ଥୀ ୧ ଓ ଅନ୍ୟବାମଦଳମାନେ ୩ଟି ଆସନରେ ନିର୍ବାଚନ ଲଢୁଛନ୍ତି । ଅନ୍ୟପଟେ ତିପରା ମୋଥା ପାର୍ଟି ୪୨ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ମମତା ବାନାର୍ଜୀଙ୍କ ଟିଏମସି ୨୮ଟି ଆସନରେ ନିର୍ବାଚନ ଲଢୁଛି । ଏହାସହ ୫୮ ଜଣ ସ୍ୱାଧୀନ ପ୍ରାଥୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button