ପୁଣି ଚର୍ଚ୍ଚାରେ ଉର୍ଫି ଜାଭେଦ୍

ମୁମ୍ବାଇ: ଉର୍ଫି ସବୁବେଳେ ତାଙ୍କ ବୋଲ୍ଡ ଫଟୋକୁ ସୋସିଆଲ ମିଡିଆରେ ସେୟାର କରନ୍ତି । ଏହି ଡ୍ରେସ ଯୋଗୁଁ ସେ ଲୋକପ୍ରିୟତା ହାସଲ କରିଛନ୍ତି । କିନ୍ତୁ ସେ କେବେ ଭାବି ନ ଥିଲେ ଦିନେ ତାଙ୍କୁ ଏହି ବୋଲ୍ଡ ଡ୍ରେସ ଯୋଗୁଁ ରେଷ୍ଟୁରାଣ୍ଟରେ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଟିଭି ଅଭିନେତ୍ରୀ ଉର୍ଫି ଜାଭେଦ୍ ନିଜ ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତିି । ଏବେ ସେହି ପୋଷାକ ପରିଧାନକୁ ନେଇ ତାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ପ୍ରବେଶକୁ ବାରଣ କରାଯାଇଛି । ଯାହାକୁ ନେଇ ଉର୍ଫି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ସୋସିଆଲ ମିିଡ଼ିଆରେ ସେୟାର କରିଛନ୍ତି । ଉର୍ଫି କହିଛନ୍ତି ଯେ ମୁଁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟକୁ ଭୋଜନ ପାଇଁ ଯାଇଥିଲି । ହେଲେ ରେଷ୍ଟୁରାଣ୍ଟ କର୍ମଚାରୀ ମୋତେ ଭିତରକୁ ଯିବା ପାଇଁ ବାରଣ କରିଥିଲେ । ମୁଁ ପଚାରିବାରୁ ସେ ସିଧାସଳଖ ମୋ ପୋଷାକ ପରିଧାନ ସମ୍ପର୍କରେ କହିଥିଲେ । ଆପଣ ଯେପରି ଡ଼୍ରେସ ପିନ୍ଧିଛନ୍ତି ସେଥିଲାଗି ଆପଣଙ୍କୁ ଭିତରକୁ ଯିବାକୁ ଅନୁମତି ନାହିଁ । ରେଷ୍ଟୁରାଣ୍ଟର ଏପରି ଆଚରଣ ମୋତେ ଖୁବ୍ ଦୁଃଖ ଦେଇଛି । ଯାହା ଭୁଲ ଅଟେ ।

Related Articles

Leave a Reply

Your email address will not be published.

Back to top button