ବିପର୍ଯ୍ୟୟ ପରିଚାଳନା ଯୋଜନା ପାଇଁ ମାନୁଆଲ ଜାରି କଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ଶନିବାର ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗ୍ରାମୀଣ ୱାଶ ପାର୍ଟନର ଫୋରମର ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ବିପର୍ଯ୍ୟୟ ପରିଚାଳନା ଯୋଜନା (ଡିଏମ୍ପି) ପାଇଁ ମାନୁଆଲ ଜାରି କରିଛନ୍ତି, ଯାହା ଆଜି ସମାପ୍ତ ହୋଇଛି। ପାନୀୟ ଜଳ ଏବଂ ପରିମଳ ବିଭାଗ ଦ୍ୱାରା ଜାତୀୟ, ରାଜ୍ୟ, ଜିଲ୍ଲା, ଏବଂ ଗ୍ରାମ ସ୍ତରରେ ହିତାଧିକାରୀ ମାନଙ୍କ ସହ ଜଡିତ ଜଳ, ପରିମଳ ଏବଂ ସ୍ୱଚ୍ଛତା (ଡବ୍ଲ୍ୟୁଏଏସ୍ଏଚ୍) ସମ୍ପତ୍ତି ଏବଂ ସେବାର ସୁରକ୍ଷା , ବାଧାହୀନ ଯୋଗାଣ, ସର୍ବନିମ୍ନ କ୍ଷତି ସୁନିଶ୍ଚିତ କରିବା ପାଇଁ ଏହି ମାନୁଆଲ୍ ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଡବ୍ଲ୍ୟୁଏଏସ୍ଏଚ୍ ଉପରେ ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ଜଳ ଜୀବନ ମିଶନ୍ (ଜେଜେଏମ୍) ଏବଂ ସ୍ୱଚ୍ଛ ଭାରତ ମିଶନ୍- ଗ୍ରାମୀଣ (ଏସ୍ବିଏମ୍ – ଜି) ଅନୁରୂପ ଅଟେ।
ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ) ଦ୍ୱାରା ଜାରି କରାଯାଇଥିବା ଉପଦେଶାବଳୀ ଉପରେ ଆଧାର କରି ବିପର୍ଯ୍ୟୟ ଯୋଜନା ପ୍ରସ୍ତୁତ କରାଯାଇଛି, ଯାହା ବିପର୍ଯ୍ୟୟ ପରିଚାଳନା ଅଧିନିୟମର ଧାରା ୩୭ ଅନୁଯାୟୀ, ପ୍ରତ୍ୟେକ ମନ୍ତ୍ରଣାଳୟ / ବିଭାଗ ନିଜସ୍ୱ ବିପର୍ଯ୍ୟୟ ଯୋଜନା ପ୍ରସ୍ତୁତ କରିବାକୁ ଏବଂ ଭବିଷ୍ୟତରେ ଘଟୁଥିବା ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ହେବାକୁ ଲକ୍ଷ୍ୟ ରଖିଛି । ଯୋଜନାର ଉଦ୍ଦେଶ୍ୟ ହେଉଛି ସହମତ ମାନଦଣ୍ଡ ଅନୁଯାୟୀ ବିପର୍ଯ୍ୟୟର ତୁରନ୍ତ ଡବ୍ଲ୍ୟୁଏଏସ୍ଏଚ୍ ପ୍ରତିକ୍ରିୟା ନିଶ୍ଚିତ କରିବା; ବିପର୍ଯ୍ୟୟ ଦୁର୍ବଳତା ହ୍ରାସ କରିବାକୁ ଡବ୍ଲ୍ୟୁଏଏସ୍ଏଚ୍ ନମନୀୟତା ବୃଦ୍ଧି କରିବା ; ଇଚ୍ଛାକୃତ ଲକ୍ଷ୍ୟ ଗୁଡିକୁ ହାସଲ କରିବା ପାଇଁ ଏକ ମଜଭୁତ ପରିବେଶ, ପାଣ୍ଠି ଏବଂ ସମନ୍ୱୟ ପ୍ରଣାଳୀ ସ୍ଥାପିତ କରିବା; ଏବଂ ଏକ ଯୋଜନା ପ୍ରସ୍ତୁତ କରିବା ଯାହା ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା, ପୁନରୁଦ୍ଧାର, ପୁନଃ ନିର୍ମାଣ ଏବଂ କ୍ଷତିକୁ ପୂରଣ କରେ ।
ବିଭାଗ ଦ୍ୱାରା ବିକଶିତ ହୋଇଥିବା ଦସ୍ତାବିଜରେ ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ସମୟରେ ଡବ୍ଲ୍ୟୁଏଏସ୍ଏଚ୍ ସମ୍ପତ୍ତି ଏବଂ ସେବା ଗୁଡିକର ଦୁର୍ବଳତା, ଡବ୍ଲ୍ୟୁଏଏସ୍ଏଚ୍ ଭିତ୍ତିଭୂମି ଏବଂ ସେବା ଉପରେ ବିପର୍ଯ୍ୟୟର ପ୍ରଭାବ, ବିପର୍ଯ୍ୟୟ ମୁକାବିଲା ପାଇଁ ଡବ୍ଲ୍ୟୁଏଏସ୍ଏଚ୍ ଭିତ୍ତିଭୂମି ନିର୍ମାଣ ପାଇଁ କାର୍ଯ୍ୟକଳାପ, ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଆନୁଷ୍ଠାନିକ ପ୍ରଣାଳୀ, ପ୍ରତିକ୍ରିୟା, ପୁନରୁଦ୍ଧାର, ପୁନଃ ନିର୍ମାଣ, ବିଭିନ୍ନ ସ୍ତରରେ ବିପର୍ଯ୍ୟୟ ଏବଂ ବିପର୍ଯ୍ୟୟ ପରେ ଡବ୍ଲ୍ୟୁଏଏସ୍ଏଚ୍ ସେବା ବିତରଣ ପାଇଁ ସର୍ବନିମ୍ନ ମାନଦଣ୍ଡ ଏବଂ ଡବ୍ଲ୍ୟୁଏଏସ୍ଏଚ୍ ପରିସମ୍ପତ୍ତି ଗୁଡିକୁ ଏବଂ ସେବା ଗୁଡିକରେ ଵିପଦ – ନମନୀୟତାର ଏକୀକରଣକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଆର୍ଥିକ ତନ୍ତ୍ର ଉପରେ ଗୁରୁତ୍ୱ ପ୍ରଦାନ କରା ଯାଇଛି । ଏହି ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଲିଙ୍ଗ ଭିତ୍ତିକ ଦୁର୍ବଳତା, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସସି / ଏସଟି), ବୃଦ୍ଧ, ଶିଶୁ ଏବଂ ଭିନ୍ନକ୍ଷମଙ୍କ ସମ୍ବନ୍ଧୀୟ ସମସ୍ୟା ଅନ୍ତର୍ଭୁକ୍ତ ।
ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରସଙ୍ଗରେ ସର୍ବୋଚ୍ଚ ପ୍ରାଥମିକତା ଅନୁଯାୟୀ ମାନୁଆଲ୍ ସମ୍ପ୍ରଦାୟର ପ୍ରସ୍ତୁତି, ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଏବଂ ଅନ୍ତର୍ଜାତୀୟ ସହଯୋଗକୁ ନେଇ ଏକ ସାମଗ୍ରିକ ଦୃଷ୍ଟିକୋଣ ପ୍ରଦାନ କରେ । ଦସ୍ତାବିଜ ଚାରୋଟି ଯୋଜନା ଉପରେ ଧ୍ୟାନ ଦେଇଥାଏ – ବିପଦ ହ୍ରାସ ପାଇଁ ୧୦-ପଏଣ୍ଟ ଏଜେଣ୍ଡା ଅନୁଯାୟୀ ସମସ୍ୟାର ସମାଧାନ ବ୍ୟତୀତ ପ୍ରସ୍ତୁତି, ପ୍ରତିକ୍ରିୟା, ପୁନରୁଦ୍ଧାର ଏବଂ ପୁନଃ ନିର୍ମାଣ ଏବଂ କ୍ଷତି ଭରଣା ଉପରେ ଗୁରୁତ୍ୱ ଦେଇଥାଏ । ବିପର୍ଯ୍ୟୟ ସମୟରେ, ତିନି ପ୍ରକାରର ମୂଲ୍ୟାଙ୍କନ କରାଯିବା ଆବଶ୍ୟକ ।
୧. ବିପର୍ଯ୍ୟୟ ପୂର୍ବରୁ: ଏକ ଆବଶ୍ୟକତା-ପ୍ରସ୍ତୁତି କାର୍ଯ୍ୟକଳାପକୁ ମାର୍ଗଦର୍ଶନ କରିବା ପାଇଁ ଏକ ବିପଦ – ସମ୍ବେଦନଶୀଳନା – କ୍ଷମତା ମ୍ୟାପିଙ୍ଗ୍,
୨. ପ୍ରତିକ୍ରିୟା ସମୟରେ: ଏକ ଦ୍ରୁତ ଆବଶ୍ୟକତା ମୂଲ୍ୟାଙ୍କନ (ଆର୍ଏନ୍ଏ) ଯାହା ଗୋଟିଏ ଦିନରେ ସମ୍ପୂର୍ଣ୍ଣ ହୋଇ ପାରିବ ଏବଂ ପ୍ରଭାବିତ ଜନସଂଖ୍ୟାର ତୁରନ୍ତ ଆବଶ୍ୟକତାକୁ ସୂଚିତ କରିପାରିବ,
୩. ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ସମୟରେ : ବିପର୍ଯ୍ୟୟର ପରବର୍ତ୍ତୀ ଆବଶ୍ୟକତା ମୂଲ୍ୟାଙ୍କନ (ପିଡିଏନ୍ଏ) ଯାହାକି ସମ୍ପ୍ରଦାୟର ଦୀର୍ଘମିଆଦୀ ଆବଶ୍ୟକତା ଉପରେ ଆଲୋକପାତ କରେ ଏବଂ କ୍ଷତିଗ୍ରସ୍ତ ଭିତ୍ତିଭୂମିକୁ ପ୍ରଶାସନକୁ “ପୁନଃନିର୍ମାଣ” କରିବାରେ ସାହାଯ୍ୟ କରେ ଏବଂ ଭବିଷ୍ୟତର ବିପର୍ଯ୍ୟୟକୁ ଦୂର କରିବା ପାଇଁ ସେବା ବିତରଣ ପ୍ରଣାଳୀକୁ ଅଦ୍ୟତନ କରେ ।
ଏହା ଅନୁମାନ କରାଯାଇଛି ଯେ ବିପର୍ଯ୍ୟୟ ବିପଦ ହ୍ରାସ ଯୋଜନା, ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପୁନରୁଦ୍ଧାର ପାଇଁ ତୁରନ୍ତ ତଥା ଦୃଢ଼ ପ୍ରୟାସ କରିବା ନିମନ୍ତେ ମାନୁଆଲ୍ ରାଜ୍ୟ ତଥା ଜିଲ୍ଲା ମାନଙ୍କୁ ସ୍ପଷ୍ଟ ମାର୍ଗଦର୍ଶନ ପ୍ରଦାନ କରିବ ।