ଆଧାର ସହିତ ସଂଯୁକ୍ତ ଇମେଲ/ମୋବାଇଲ୍ ନମ୍ବର ଯାଞ୍ଚ କରିବାକୁ ଅନୁମତି ଦେଲା ୟୁଆଇଡିଏଆଇ

ଭୁବନେଶ୍ଵର: ଉପଭୋକ୍ତାଙ୍କ ସୁବିଧାକୁ ନଜରରେ ରଖି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଲୋକମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର ସହିତ ସଂଯୁକ୍ତ ହୋଇଥିବା ଇମେଲ୍ ଆଇଡି ଯାଞ୍ଚ କରିବାକୁ ଅନୁମତି ଦେଇଛି। ୟୁଆଇଡିଏଆଇ ର ନଜରକୁ ଏହା ଆସିଥିଲା ଯେ କେତେକ କ୍ଷେତ୍ରରେ, ସେମାନଙ୍କ ମୋବାଇଲ୍ ନମ୍ବର ମଧ୍ୟରୁ କେଉଁଟି ଆଧାରରେ ସଂଯୁକ୍ତ ହୋଇଛି ତାହା ବିଷୟରେ ଲୋକେ ଅବଗତ ନାହାନ୍ତି। ତେଣୁ ଆଧାର ଓଟିପି ଅନ୍ୟ ମୋବାଇଲ୍ ନମ୍ବରକୁ ଯାଇପାରେ ବୋଲି ଲୋକେ ଚିନ୍ତିତ ଥିଲେ। ବର୍ତ୍ତମାନ, ଏହି ସୁବିଧା ସହିତ, ଲୋକମାନେ ଏହାକୁ ଅତି ସହଜରେ ଯାଞ୍ଚ କରିପାରିବେ।ଅଫିସିଆଲ୍ ୱେବସାଇଟ୍ (https://myaadhaar.uidai.gov.in/) କିମ୍ବା mAadhaar App ମାଧ୍ୟମରେ “ଭେରିଫାଏ ଇମେଲ୍‍ / ମୋବାଇଲ୍ ନମ୍ବର” ବୈଶିଷ୍ଟ୍ୟ ଅଧୀନରେ ଏହି ସୁବିଧା ଉପଲବ୍ଧ ହୋଇପାରିବ। ଲୋକଙ୍କ ପାଇଁ ସେମାନଙ୍କର ନିଜସ୍ୱ ଇମେଲ / ମୋବାଇଲ୍ ନମ୍ବର ସଂପୃକ୍ତ ଆଧାର ସହିତ ଯୋଡି ହୋଇଛି କି ନାହିଁ ଯାଞ୍ଚ କରିବା ପାଇଁ ଏହା ବିକଶିତ କରାଯାଇଛି। ଏହି ବୈଶିଷ୍ଟ୍ୟ ଲୋକଙ୍କୁ ନିଶ୍ଚିତ କରିବ ଯେ ତାଙ୍କ ଜ୍ଞାତସାରରେ ଅନୁଯାୟୀ ଇମେଲ / ମୋବାଇଲ୍ ନମ୍ବର କେବଳ ସମ୍ପୃକ୍ତ ଆଧାରରେ ସଂଯୁକ୍ତ ହୋଇଛି। ଯଦି ଏକ ର୍ନିଦ୍ଦିଷ୍ଟ ମୋବାଇଲ୍ ନମ୍ବର ଲିଙ୍କ୍ ହୋଇନଥାଏ ତେବେ ଏହା ଲୋକଙ୍କୁ ସୂଚିତ କରିବ ଏବଂ ମୋବାଇଲ୍ ନମ୍ବରକୁ ଅପଡେଟ୍ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଲୋକଙ୍କୁ ସୂଚନା ଦେବ। ଯଦି ମୋବାଇଲ୍ ନମ୍ବର ପୂର୍ବରୁ ଯାଞ୍ଚ ହୋଇସାରିଛି, ଲୋକମାନେ ଏକ ସ୍କ୍ରିନରେ ପ୍ରଦର୍ଶିତ ହୋଇଥିବା “ଆପଣ ଦେଇଥିବା ମୋବାଇଲ୍ ନମ୍ବର ଆମର ରେକର୍ଡ ସହିତ ଯାଞ୍ଚ ହୋଇସାରିଛି” ଭଳି ଏକ ସନ୍ଦେଶ ଦେଖିପାରିବେ। ଯଦି କୌଣସି ବ୍ୟକ୍ତି ମୋବାଇଲ୍ ନମ୍ବରକୁ ମନେ ରଖି ନାହାନ୍ତି, ମାଇଁଆଧାର ପୋର୍ଟାଲ କିମ୍ବା mAadhaar App ବୈଶିଷ୍ଟ୍ୟରେ ପଞ୍ଜିକରଣ ସମୟରେ ସେ ଦେଇଥିବା ମୋବାଇଲର ଶେଷ ତିନି ଅଙ୍କ ଯାଞ୍ଚ କରିପାରିବେ। ଯଦି ଜଣେ ବ୍ୟକ୍ତି ଇମେଲ / ମୋବାଇଲ୍ ନମ୍ବରକୁ ଆଧାର ସହିତ ଲିଙ୍କ୍ କରିବାକୁ ଚାହାଁନ୍ତି କିମ୍ବା ତାଙ୍କ ଇମେଲ୍ / ମୋବାଇଲ୍ ନମ୍ବରକୁ ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ ସେ ନିକଟସ୍ଥ ଆଧାର କେନ୍ଦ୍ର ଯାଇ କରିପାରିବେ।

Related Articles

Leave a Reply

Your email address will not be published.

Back to top button