ବିମାନର ଦୁଇ ହତଭାଗ୍ୟ ପାଇଲଟ୍‌

ପୋଖରା: ରବିବାର ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏହାକୁ ଦୁଇଜଣ ପାଇଲଟ୍ ଚଳାଉଥିଲେ । କମଲ କେସି ମୁଖ୍ୟ କମାଣ୍ଡର ଥିବାବେଳେ ମଞ୍ଜୁ ଖାତିୱାଡା କୋ-ପାଇଲଟ୍ ଭୂମିକା ତୁଲାଉଥିଲେ । ୪୪ ବର୍ଷୀୟା ମଞ୍ଜୁଙ୍କ ସ୍ୱାମୀ ଦୀପକ ପୋଖରେଲ ୟେତି ଏୟାରଲାଇନ୍ସର ପାଇଲଟ୍ ଥିଲେ । ତେବେ ୨୦୦୬ରେ ନେପାଳଗଞ୍ଜରୁ ଜୁମ୍‌ଲା ଯାଉଥିବାବେଳେ ବିମାନ ଦୁର୍ଘଟଣାରେ ଦୀପକଙ୍କର ମୃତ୍ୟୁ ଘଟିଥିଲା । ସ୍ୱାମୀଙ୍କୁ ହରାଇବାପରେ ମଞ୍ଜୁ ଭାରତରେ ନର୍ସିଂ ଟ୍ରେନିଂ ନେବାକୁ ତାଙ୍କ ପିତା ଆଗ୍ରହ ପ୍ରକାଶ କରିଥିଲେ । ତେବେ ମଞ୍ଜୁ ସ୍ୱାମୀଙ୍କ ସ୍ୱପ୍ନ ପୂରଣ କରିବାକୁ ଆମେରିକାରେ ପାଇଲଟ୍ ଟ୍ରେନିଂ ନେଇଥିଲେ । ଟ୍ରେନିଂ ପରେ ସେ ୟେତି ଏୟାରଲାଇନ୍ସରେ ଯୋଗଦେଇଥିଲେ । ନେପାଳର ପ୍ରାୟ ସବୁ ଏୟାରପୋର୍ଟରେ ବିମାନ ଅବତରଣ କରାଇଥିବା ମଞ୍ଜୁ ଏଥର ପୋଖରାରେ ବିଫଳ ହେବାସହିତ ଜୀବନ ମଧ୍ୟ ହରାଇଛନ୍ତି । ଅପରପକ୍ଷରେ କମଲଙ୍କ ନିକଟରେ ୩୫ ବର୍ଷର ବିମାନ ଉଡାଇବା ଅଭିଜ୍ଞତା ରହିଥିଲା ।

Related Articles

Leave a Reply

Your email address will not be published.

Back to top button