ଅଟୋକୁ ଧକ୍କା ଦେଲା ଟ୍ରକ: ୫ ମୃତ, ୭ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଦରେ ଏକ ଟ୍ରକ ଅଟୋକୁ ଧକ୍କା ଦେବା ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଯାତ୍ରୀ ଗୁରୁତର ମଧ୍ୟ ରହିଛନ୍ତି । ସୂଚନା ଅନୁଯାୟୀ, ଟ୍ରକଟି ନାନ୍ଦେଦ ପାର୍ଶ୍ୱରୁ ଆସୁଥିବା ବେଳେ ଯାତ୍ରୀ ଭର୍ତ୍ତି ଅଟୋଟି ବିପରୀତ ଦିଗରୁ ଆସୁଥିଲା । ଦୃତଗତିରେ ଥିବା ଉଭୟ ଗାଡି ମଧ୍ୟରେ ମୁଦଖେଡର ଇସାର ପେଟ୍ରୋଲ ପମ୍ପ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଅଟୋଟି ଚୂରମାର ହୋଇ ଯାଇଥିଲା । ସ୍ଥାନୀୟ ଲୋକେ ପ୍ରଥମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପ୍ରଶାସନ ଓ ପୋଲିସକୁ ସୂଚନା ଦେଇଥିଲେ । ହେଲେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଅନ୍ୟ ସମସ୍ତ ଆହତଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ସେମାନଙ୍କୁ ତ୍ୱରିତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରିଛି ।

Related Articles

Leave a Reply

Your email address will not be published.

Back to top button